Vigilance Raid
ଅବକାରୀ ଅଧୀକ୍ଷକଙ୍କଠାରୁ ମିଳିଲା ପୁଳା ପୁଳା ସଂପତ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ନବରଙ୍ଗପୁର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଅବକାରୀ ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ବାସଭବନ ସମେତ ୪ଟି ସ୍ଥାନରେ ରେଡ୍ କରାଯାଇଛି । ଏହି ରେଡ୍ ବେଳେ ତାଙ୍କ ଦୁଇଟି ୩ ମହଲା କୋଠା ଥିବା ଜଣାପଡ଼ିଛି । ଜୟପୁରରେ ୨ଟି ବହୁତଳ କୋଠା ସହ ୩୬୦୦ ବର୍ଗଫୁଟ ପାର୍କିଂ ଏରିଆ, ଜୟପୁରରେ ୫ଟି ପ୍ଲଟ ସହ ୧.୦୯ ଲକ୍ଷ ନଗଦ ଟଂଙ୍କା ମିଳିଛି।
ସେହିଭଳି ୨ଟି ଚାରି ଚକିଆ ଯାନ ଠାବ କରାଯାଇଛି। ଏକ ରିୟଲ ଇଷ୍ଟେଟ କମ୍ପାନୀକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି । ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଅବକାରୀ ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଡିଏସ୍ -ଥ୍ରୀ ସିନେମା ହଲ ନିକଟ ଭଡ଼ା ଘର, ନବରଙ୍ଗପୁର ଓ ଜୟପୁରର ୪ଟି ଠିକଣାରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700824330.jpg)