Advertisment

Vigilance Raid: ଯେତେ ଖୋଳିଲେ ସେତେ ବାହାରୁଛି, ଯେଉଁଠି ହାତ ମାରିବ ସେଠୁ ବାହାରୁଛି ଟଙ୍କା

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା।

undefined

Vigilance

Advertisment

ଯେତେ ଖୋଳିଲେ ସେତେ ବାହାରୁଛି। ଯେଉଁଠି ଖୋଜିଲେ ସେଇଠି ସମ୍ପତ୍ତି। ୨ ଦିନରେ ୫ କୋଟିର ସମ୍ପତ୍ତି ମିଳିବା ପରେ ମଧ୍ୟ ଜାରି ରହିଛି ଚଢାଉ। ଆଉ ଏହା ଏବେ ଭିଜିଲାନ୍ସ ଇତିହାସରେ ସବୁଠୁ ଲମ୍ବା ସମୟର ଚଢାଉ ହେବାକୁ ଯାଉଛି। ଏହାରି ଭିତରେ ସାମ୍ନାକୁ ଆସିଛି ମାଲକାନଗିରି ଜଳସଂପଦ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହପାତ୍ରଙ୍କ ଠକେଇ ସିଣ୍ଡିକେଟର ଆଉ ଏକ ଅଧ୍ୟାୟ। ୪ ବର୍ଷରେ ଶହେ କୋଟି ଟଙ୍କାର କାମ କରିଥିବା ଶାନ୍ତନୁ ସାଧାରଣ ଲୋକଙ୍କ ନାଁରେ ଜାଲ୍‌ ମନରେଗା ଆକାଉଣ୍ଟ କରି କୋଟି କୋଟି ଟଙ୍କା ହଡପ କରିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ।

Advertisment

ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ହେଉଛନ୍ତି ଶାନ୍ତନୁ ମହପାତ୍ର। ଆଜି ଦ୍ୱିତୀୟ ଦିନରେ ଚଢ଼ାଉ କରୁଛି ଭିଜିଲାନ୍ସ। ଆଉ ଚଢ଼ାଉ ବେଳେ ଶାନ୍ତନୁଙ୍କ ଭୁବନେଶ୍ୱର କପିଳେଶ୍ୱର ପ୍ରସାଦ ଏସବିଆଇ ଶାଖା ଲକରରୁ ମିଳିଛି ନଗଦ ୨ ଲକ୍ଷ ଟଙ୍କା। ଏଥିସହ ବହୁ ଜମିବାଡି ଓ କୋଠାର କାଗଜପତ୍ର ପାଇଛି ଭିଜିଲାନ୍ସ। ରେଡ୍ ବେଳେ ଏଯାଏଁ ଶାନ୍ତନୁଙ୍କ ନିକଟରୁ ମୋଟ ୨ କୋଟି ୮ ଲକ୍ଷ ୯୨ ହଜାର ଟଙ୍କା ମିଳିଥିବା ବେଳେ ତାଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ କୋଟିଏରୁ ଅଧିକ ଟଙ୍କା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।

ଅଧିକ ପଢ଼ନ୍ତୁ : ବାବୁଙ୍କ ଘରେ ଟଙ୍କା ଭଣ୍ଡାର; ଗଣି ଗଣି ମେସିନ ନୟାନ୍ତ, ଅଧିକାରୀ ହାଲିଆ!

Advertisment

ତେବେ ପ୍ରଶ୍ନ ଉଠୁଛି ଶାନ୍ତନୁ କିଭଳି ହଡପ କରିଚାଲିଥିଲେ କୋଟି କୋଟି ଟଙ୍କା? ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା। ହେଲେ ସେଠାରେ ନା ଅଛି ଫଳକ ନା କାଜୁ ଗଛ। ଠିକ୍‌ ସେମିତି ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟରେ ମଧ୍ୟ ସେ କରିଛନ୍ତି ଫଲ୍‌ସ ବିଲ୍। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁବେର ଶାନ୍ତନୁ ଗତ ୪ ବର୍ଷରେ ଏଭଳି ଶହେ କୋଟି ଟଙ୍କାର କାମ କରିଥିବା ବେଳେ ସବୁ ପ୍ରକଳ୍ପ ଚଳୁ କରି ଦେଇଛନ୍ତି। ଏବେ ସେସବୁର ଖୋଳତାଡ଼ କରୁଛି ଭିଜିଲାନ୍ସ।

ଅଧିକ ପଢ଼ନ୍ତୁ: ଭୋଗିଲା ପରେ ଭାବିଲେ; ପାହାଡ଼ିଆ ରାସ୍ତାରେ ଚାଲି ଚାଲି ହାଲିଆ ବିଧାୟକ...

Advertisment

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଭିଜିଲାନ୍ସ ଚଢାଉ ବେଳେ ସାମ୍ନାକୁ ଆସିଛି ଶାନ୍ତନୁଙ୍କ ଠକେଇ ସିଣ୍ଡିକେଟ୍‌। ଭିଜିଲାନ୍ସ ରାଡାରକୁ ଆସିଛନ୍ତି ଆଉ କିଛି ସରକାରୀ ଓ ବେସରକାରୀ ଅଫିସର। ଯେଉଁମାନେ ସରକାରୀ ଅର୍ଥ ହଡପ୍‌ କରିବା ସହ ଶାନ୍ତନୁଙ୍କ କଳାଟଙ୍କା ଲୁଚେଇ ରଖିବାରେ ସାହାଯ୍ୟ କରୁଥିଲେ। ଏପରିକି ଆଦିବାସୀଙ୍କ ନାଁରେ ଜାଲ୍ ଆକାଉଣ୍ଟ କରି ତାଙ୍କ ନାଁରେ ଆସୁଥିବା ମନରେଗା ଅର୍ଥ ମଧ୍ୟ ହଡପ କରିଥିବା ପ୍ରମାଣ ପାଇଛି ଭିଜିଲାନ୍ସ। ଶାନ୍ତନୁଙ୍କ ଘରୁ ଏକାଧିକ ଜାଲ ଆକାଉଣ୍ଟ ଜବତ ହୋଇଛି। ଏଭଳି କ୍ଷେତ୍ରରେ ବର୍ଷ ବର୍ଷ ଧରି ହଡପର ଶୀକାର ହୋଇଥିବା ଆଦିବାସୀ ସଂଘ ଆଗକୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଦୁଇ ଦିନର ଚଢାଉରେ ୫ କାଟି ଟଙ୍କାର ସମ୍ପତ୍ତି ତାଲିକା ପାଇଲାଣି ଭିଜିଲାନ୍ସ। ଏହା ଆଗକୁ ଆହୁରି ଲମ୍ବିବା ସମ୍ଭାବନା ମଧ୍ୟ ରହିଛି। ଏହାରି ଭିତରେ ଶାନ୍ତନୁଙ୍କୁ ଭୁବନେଶ୍ୱର ଆଣି ମାରାଥନ ଜେରା କରୁଛି ଭିଜିଲାନ୍ସ।

Bhubaneswar Malkangiri Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ