ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ରେଡ୍

ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ

କିଛିଦିନି ହେବ ନେତା ମନ୍ତ୍ରୀ, ସରକାରୀ ଅଧିକାରୀ/କର୍ମଚାରୀ ଓ ବଡ଼ବଡ଼ ଶିଳ୍ପପତିଙ୍କ ଘରେ ଭିଜିଲାନ୍ସ ଓ ଆୟକର ବିଭାଗର ତନାଘନା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ତଥା ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।

ସୁଦର୍ଶନ ବେହେରାଙ୍କ ସାକ୍ଷୀଗୋପାଳ ଏକ ନର୍ସିଂ ହୋମ୍ ସହିତ ପୁରୀ ସଦର ଓ ଗୋପ ସ୍ଥିତ ଘରେ ଚଢଉ ଚାଲିଛି । ଏଥିସହ ତାଙ୍କ ସ୍ତ୍ରୀ ରହୁଥିବା ସମ୍ବଲପୁର CRPF କ୍ୟାମ୍ପସରେ ଚଢଉ ହୋଇଛି ।

ଏହା ବ୍ୟତିତ ସୁଦର୍ଶନଙ୍କ ଗୋପ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ଓ ବଲାଙ୍ଗିର ସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ରେଡ୍ ଚାଲିଛି।