Advertisment

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

vigilance Raid

vigilance Raid

Advertisment

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ପ୍ରଦୀପଙ୍କ ବ୍ରହ୍ମପୁର, ଭୁବନେଶ୍ୱର ବାସଭବନ ସମେତ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଇଛି। ଆଜି ଏକକାଳୀନ ଭାବେ ୧୫ଟି ସ୍ଥାନରେ ଚଢ଼ଉ ହୋଇଛି। ପ୍ରଦୀପଙ୍କ ଘନିଷ୍ଠ କୁହାଯାଉଥିବା ସର୍ବେଶ୍ୱର ରାଓ ଏବଂ ପ୍ରଦୀପଙ୍କ ପୂର୍ବତନ ଡ୍ରାଇଭରଙ୍କ ଘରେ ବି ଯାଂଚ୍ କରିଛି ଭିଜିଲାନ୍ସ ଟିମ୍। ଜଣେ ଏସ୍‌ପି, ୨ ଜଣ ଅତିରିକ୍ତ ଏସ୍‌ପି, ୧୭ ଡିଏସ୍‌ପି ଏହି ରେଡ୍‌ରେ ସାମିଲ ହୋଇଛନ୍ତି।

Advertisment

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଗତ ବର୍ଷ ଡିସେମ୍ବର ମାସରେ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରିଥିଲେ ରାଜ୍ୟ ସରକାର। ୨୦୦୯ରୁ ୨୦୨୦ ମଧ୍ୟରେ ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗ ହୋଇଥିଲା। ଏହାପରେ ଆଜି ଏକ ବଡ଼ଧରଣର ରେଡ୍ ହୋଇଛି।

ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ୭ ମାସ ପରେ ଅର୍ଥାତ ଗତ ଜୁନ୍‌ରେ ସେ ଜାମିନ୍‌ରେ ଆସିଛନ୍ତି। ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଜେଲ୍‌ରୁ ବାହାରି ଥିବା ବେଳେ ଆକାଶ ଏଯାଏ ଜେଲ୍ ଭିତରେ ଅଛନ୍ତି।

Advertisment
MLA Pradeep Panigrahi Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ