ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ‌ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ ହେଉଛି ।

vigilance raid

News Summary

ଭିଜିଲାନ୍ସ ଜାଲରେ ପଡିଯାଇଛନ୍ତି ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପଡିଯାଇଛନ୍ତି ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ।

ଏକାକାଳୀନ ଭୁବନେଶ୍ୱର ପଟିଆ ସ୍ଥିତ ଭଡାଘର, ନନ୍ଦନକାନନସ୍ଥିତ ତିନି ମହଲା ଘର, ଅନୁଗୁଳ ତାଳଚେରରେ ଥିବା ପୈତୃକ ଘର ଓ ଢେଙ୍କାନାଳ ତାରିଣୀନଗର ସ୍ଥିତ ତିନିମହଲା ଘରେ ଚଢଉ ଚାଲିଛି । ଏଥିସହ ନିର୍ମାଣସୌଧରେ ଥିବା ସହକାରୀ କାର୍ଯ୍ୟା ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଅଫିସରେ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍ କରୁଛି । 

 ତେବେ ଏ ନେଇ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି ତାଙ୍କ ପାଖରେ ସମସ୍ତ ସଂପତ୍ତିର ଦସ୍ତାବିଜ୍ ରହିଛି । ଏହାଛଡା ସେ କହିଛନ୍ତି କିଏ ଅଭିଯୋଗ କରିଛି ମୁଁ ଜାଣିନାହି ଁ ।