ଭିଜିଲାନ୍ସ ହାତରେ ଭିଜିଲାନ୍ସ ଇନିସ୍‌ପେକ୍ଟର ମାନସୀ ଜେନା ଗିରଫ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଗତକାଲି ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

Vigilance Raid

ମାନସୀ ଜେନା ଗିରଫ । ଶୁକ୍ରବାର ଭିଜିଲାନ୍ସ ରେଡ୍ ପରେ ଶନିବାର ତାଙ୍କୁ ଗିରଫ କରାଯାଇଛି । ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍‌ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଗତକାଲି ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

ସୂଚନାଯୋଗ୍ୟ, ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଭିଜିଲାନ୍ସ ଅଧିକାରୀ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ମାନସୀ ଜେନାଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିଲା । ମାନସୀ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନିସ୍ପେକ୍ଟର ଭାବେ କାର୍ଯ୍ୟରତ । ଜଣେ ସରକାରୀ କର୍ମଚାରୀଙ୍କ କେଶ ରଫା ଦଫା କରିବା ଲାଗି ମୁକେଶ ସାହୁଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ । ମାନସୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।