ଗଣିଗଣି ହିସାବ ଦେଲା ଭିଜିଲାନ୍ସ; ପ୍ରଶାନ୍ତଙ୍କ ସମ୍ପତ୍ତି ୫ କୋଟିରୁ ଊର୍ଦ୍ଧ୍ୱ

୩ କୋଟିରୁ ଅଧିକ ଟଙ୍କା ଓ ଭୁବନେଶ୍ୱରରେ ଠାବ ହୋଇଛି ବିଲ୍ଡିଂ । ତାହା ସହ ୫ଟି ପ୍ଲଟ, ୨ଟି ଦାମୀ କାର୍ ମଧ୍ୟ ଠାବ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ ।

ପ୍ରଶାନ୍ତଙ୍କ ସମ୍ପତ୍ତି ୫ କୋଟି

ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରୁ ବାହାରିଛି ପୁଳାପୁଳା ସମ୍ପତ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଭିଜିଲାନ୍ସ ସେଲ୍ ଏସ୍‌ପି ଏମ୍‌. ରାଧାକ୍ରିଷ୍ଣନ ଜବତ ହୋଇଥିବା ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ଭିଜିଲାନ୍ସ ସେଲ୍ ଏସ୍‌ପି ଏମ୍‌. ରାଧାକ୍ରିଷ୍ଣନ କହିଛନ୍ତି, ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି ।

୩ କୋଟିରୁ ଅଧିକ ଟଙ୍କା ଓ ଭୁବନେଶ୍ୱରରେ ଠାବ ହୋଇଛି ବିଲ୍ଡିଂ । ତାହା ସହ ୫ଟି ପ୍ଲଟ, ୨ଟି ଦାମୀ କାର୍ ମଧ୍ୟ ଠାବ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ । ଖାଲି ସେତିକି ନୁହେଁ, ପ୍ରଶାନ୍ତ ରାଉତଙ୍କ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି । ଆୟଠାରୁ ଅଧିକ ୫୦୦% ସଂପତ୍ତି ଠାବ ହୋଇଥିବା କହିଛି ଭିଜିଲାନ୍ସ ।

ଗତକାଲି ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମିଳିଥିଲା । ଭୁବନେଶ୍ୱର କାନନବିହାର ଘରୁ ୨ କୋଟି ୨୫ ଲକ୍ଷ ଟଙ୍କା ମିଳିଥିବାବେଳେ ପଡ଼ୋଶୀ ଘର ଛାତ ଉପରୁ ୬ ପେଟି ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଖାଲି ସେତିକି ନୁହେଁ, ଏହା ସହିତ ନବରଙ୍ଗପୁର ସରକାରୀ ଘରୁ ୭୭ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିଲା ।