Advertisment

ଖୋଲୁଛି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ପେଡି; ଆୟଠାରୁ ୩୧୭% ପ୍ରତିଶତ ଅଧିକ ସଂପତ୍ତି ଠୁଳ...

୨ ଦିନର ମାରାଥନ୍ ରେଡ୍ ପରେ ରାଜକିଶୋର ଜେନାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ରେଡ୍ ବେଳେ ଠାବ ହୋଇଥିଲା ଭୁବନେଶ୍ବରରେ ଗୋଟିଏ ବହୁତଳ କୋଠା ସହ ୨ଟି ଫ୍ଲାଟ୍।

ଅଦ୍ୟତନ ହୋଇଛି
Vigilance Arrests Engineer Raj Kishore Jena

Vigilance Arrests Engineer Raj Kishore Jena

Advertisment

ଭୁବନେଶ୍ବର କୋଠାବାଡି ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନା ଠୁଳ କରିଥିଲେ ଆୟଠୁ ୩ ଗୁଣ ଅଧିକ ସମ୍ପତ୍ତି। ଆୟଠାରୁ ୩୧୭% ପ୍ରତିଶତ ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ୨ ଦିନର ମାରାଥନ୍ ରେଡ୍ ପରେ ରାଜକିଶୋର ଜେନାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ରେଡ୍ ବେଳେ ଠାବ ହୋଇଥିଲା ଭୁବନେଶ୍ବରରେ ଗୋଟିଏ ବହୁତଳ କୋଠା ସହ ୨ଟି ଫ୍ଲାଟ୍। ଭୁବନେଶ୍ବର ଗ୍ୟାଲେରିଆ ଓ ସିମ୍ଫୋନୀ ମଲରେ ୨ଟି ଦୋକାନ ଅଛି। ୧୩ଟି ଦାମୀ ପ୍ଲଟ୍ ସହ ଠାବ ହୋଇଛି ୭୫ ଲକ୍ଷ ଟଙ୍କାର ଜମା। ୨ ପିଲାଙ୍କ ପାଠପଢ଼ାରେ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜକିଶୋର। ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

Advertisment

ସେହିପରି ରାଜକିଶୋରଙ୍କ ସହଯୋଗୀ ଆଉ ଜଣେ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ରେଡ୍ ଜାରି ରଖିଛି ଭିଜିଲାନ୍ସ। ତାଙ୍କର ଭୁବନେଶ୍ବରରେ ୨ଟି ବିଲଡିଂ, କସମୋପଲିସରେ ଫୋର୍ BHK ଫ୍ଲାଟ ଅଛି। ଭୁବନେଶ୍ବର ଗ୍ୟାଲେରିଆ ଓ ସିମ୍ଫୋନୀ ମଲରେ ୩ଟି ଦୋକାନ ଅଛି। ୮ଟି ପ୍ଲଟ ଠାବ ହୋଇଥିବା ବେଳେ ଘରୁ ମିଳିଛି ନଗଦ କୋଟିଏ ୩୩ ଲକ୍ଷ କ୍ୟାସ୍।

Vigilance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ