Vigilance arrests Puri Excise Inspector over bribery charges
ନିଶା ବେପାରୀଙ୍କଠାରୁ ପୁରୀ ପୋଲିସ୍ ଲାଞ୍ଚ ନେଉଥିବା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ପୁରୀ ଅବକାରୀ ଫ୍ଳାଇଂ ସ୍କ୍ୱାଡ୍ ଅଧିକାରୀ ସଞ୍ଜୟ କୁମାର ପଣ୍ଡା ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଟିଏ କେସ ଡାଏରୀ ପ୍ରସ୍ତୁତ କରିବାକୁ ୧୮ ହଜାର ଟଙ୍କା ଦାବି କରିବା ଓ ଲାଞ୍ଚ କାରବାର ଅଭିଯୋଗରେ ସଞ୍ଜୟଙ୍କୁ ଧରି ଭିଜିଲାନ୍ସ ତନାଘନା କରୁଛି। ଏହାସହ ଏହି ଅର୍ଥରାଶିକୁ ଭିଜିଲାନ୍ସ ଜବତ କରିବା ସହ ସଞ୍ଜୟଙ୍କ ଦୁଇଟି ଘରେ ଭିଜିଲାନ୍ସ ରେଡ୍ କରିଛି।
ସୂଚନାଥାଉ କି, ଗତ ଜୁନ ମାସରେ ପୁରୀ ପୋଲିସ ଏବଂ ନିଶା ବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କଥା ଉଠାଇ ଚର୍ଚ୍ଚାକୁ ଆସିଥିଲେ ସଞ୍ଜୟ। ଏପରିକି ଅବକାରୀ କମିଶନର ଆଶିଷ ସିଂଙ୍କୁ ଏ ସଂପର୍କରେ ସେ ଏକ ଚିଠି ମଧ୍ୟ ଲେଖିଥିଲେ। ପରେ ସଞ୍ଜୟ ପଣ୍ଡାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା କଥା କୁହାଯାଇଥିଲା। ମାନସିକ ରୋଗର ନିରାକରଣ ପାଇଁ ସେ କୁଆଡ଼େ ଔଷଧ ସେବନ କରୁଥିବା ପ୍ରେସକ୍ରିପ୍ସନ୍ରେ ସାମ୍ନାକୁ ଆସିଥିଲା।
ଆଉ ଏବେ ଅବକାରୀ ଫ୍ଳାଇଂ ସ୍କ୍ୱାଡ୍ ଅଧିକାରୀ ସଞ୍ଜୟ ପଣ୍ଡା ଭିଜିଲାନ୍ସରେ ପଡ଼ିବା ପରେ ଏହାକୁ ନେଇ ବର୍ତ୍ତମାନ ନାନା ଚର୍ଚ୍ଚା ଲାଗି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1673495595.jpg)