Advertisment

ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଗିରଫ; କମାଇଛନ୍ତି ନିଜ ଆୟର ୧୭୭ ପ୍ରତିଶତ ଧନ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓ।

 Vigilance Arrests Chief Engineer

Vigilance Arrests Chief Engineer

Advertisment

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓ। ଦୁଇ ଦିନ ଧରି ଭିଜାଲାନ୍ସ ଟିମ୍ ଛାନଭିନ କରିବା ପରେ ଗତକାଲି ତାଙ୍କୁ ଗିରଫ କରାଯାଇଛି। ତାଙ୍କର ଭୁବନେଶ୍ବରର ପାତ୍ରପଡ଼ାରେ କୋଠା, ବ୍ରହ୍ମପୁର ଭବିନୀପୁରରେ ଦୁଇ ମହଲା କୋଠା, ବ୍ରହ୍ମପୁର କମାପଲ୍ଲୀରେ ଫ୍ଲାଟ୍ ସାଙ୍ଗକୁ ଭୁବନେଶ୍ବର ଓ ବ୍ରହ୍ମପୁରରେ 5ଟି ବହୁମୂଲ୍ୟ ପ୍ଲଟ ମିଳିଛି। 

Advertisment

ସେହିଭଳି ଚଢାଉ ବେଳେ 3 କୋଟି 77 ଲକ୍ଷର ଜମା ଓ ନିବେଶ ସମ୍ପର୍କରେ ସୂଚନା ମିଳିବା ସହ 500 ଗ୍ରାମରୁ ଅଧିକ ସୂନା 46 ଲକ୍ଷ 45 ହଜାର ନଗଦ କ୍ୟାସ ମଧ୍ୟ ଜବତ ହୋଇଛି। ଅନ୍ୟ ତିନିଟି ବେନାମୀ ଫ୍ଲାଟ୍ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ହରିହର ରାଓ ତାଙ୍କ ଆୟର 177 ପ୍ରତିଶତ ଅଧିକ କମାଇଥିବା ସୂଚନା ଦେଇଛନ୍ତି ଭିଜିଲାସନ୍ ଏସପି। 

ଏପଟେ ପୋଲିସକୁ ମହଙ୍ଗା ପଡ଼ିଲା ଲାଞ୍ଚ। ଜବତ ଗାଡ଼ିକୁ ଛାଡ଼ିବା ପାଇଁ ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାର ୨ ଅଧିକାରୀ ତଥା SIରଘୁନାଥ ହାଂସଦା ଓ ASI ଶିବପ୍ରସାଦ ଦଳେଇଙ୍କୁ ଧରିଛି ଭିଜିଲାନ୍ସ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି SI ରଘୁନାଥ ହାଂସଦା ପ୍ରୋପେସନ୍ ପିରିୟଡ଼ରେ ଥିବାବେଳେ ଲାଞ୍ଚ କାରବାର ଅଭିଯୋଗରେ ଫସିଛନ୍ତି ଭିଜିଲାନ୍ସ ହାବୁଡ଼ରେ। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ଜବତ ହୋଇଥିବା ଜଣେ ବ୍ୟକ୍ତିଙ୍କ ବାଇକକୁ ଛାଡ଼ିବା ପାଇଁ ଉଭୟେ ୪ ହଜାର ଟଙ୍କା ମାଗିଥିଲେ। ଆଉ ଟଙ୍କା ନେବାବେଳେ ପୂର୍ବରୁ ସୂଚନା ପାଇଥିବା ଭିଜିଲାନ୍ସ ପହଞ୍ଚି ମାଡ଼ିବସିଥିଲା। ତା’ସହ ଲାଞ୍ଚ ଟଙ୍କାକୁ ଜବତ କରିଥିଲା। ଏହି ଘଟଣା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଭିଜିଲାନସ ଖୋଳତାଡ଼ ଜାରି ରଖିଛି। 

Arrested By Vigilance Vigilance Department Vigilance Raid Vigilance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ