Advertisment

Kidnapping: ଫିଲ୍ମ ଷ୍ଟାଇଲରେ ଅପହରଣ ; ୨କୋଟି ଦିଅ; ନ ହେଲେ ଖାଇବ ନାଗ ସାପ ଚୋଟ

ମୋତେ ବଞ୍ଚାଅ, ମୋତେ ବଞ୍ଚାଅ, ନହେଲେ ସେମାନେ ମୋତେ ମାରିଦେବେ...। ମୋତେ ଦୟାକରି ପୁଲିସ ଜିମାରେ ଦେଇଦିଅ...। ଏପରି କହି ଅପହୃତ ଯୁବକଟି ଅଚେତ ହୋଇଯାଇଥିଲା। ପରେ ଯୁବକଙ୍କୁ ପାଣି ଛାଟିବା ପରେ ଯୁବକଙ୍କ ଚେତା ଫେରିଥିଲା।

ଅଦ୍ୟତନ ହୋଇଛି
kidnap

kidnap

Advertisment

ତୁମେମାନେ ଶୁଣୁଛ ତ...ଜଗିଛି ନାଗ ସାପ। ଭଲରେ ଭଲରେ ୨ କୋଟି ଟଙ୍କା ଦେଇଦିଅ, ନ ହେଲେ ପେଡ଼ିରୁ ଖୋଲିଦେବୁ ସାପ, ଦେବ କାମୁଡ଼ି। ୪ ଫାଇନାନ୍ସ କର୍ମଚାରୀଙ୍କୁ ଅପହରଣ କରିବା ପରେ ଏପରି ଧମକ ଦେଉଥିଲେ ଅପହରଣ କାରୀ । ୪ ଫାଇନାନ୍ସ କର୍ମଚାରୀଙ୍କୁ ଉଦ୍ଧାର କରିଛି ପୁଲିସ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଚିକିଟି ଗଡ଼ ଅଞ୍ଚଳରେ।

Advertisment

ଅପହୃତ ୩ ଫାଇନାନ୍ସ କର୍ମଚାରୀଙ୍କ ଘର କଟକରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଦିଲ୍ଲୀର ବୋଲି ଜଣାଯାଇଛି।

ଅଭିଯୋଗ ଅନୁସାରେ, ଅପହରଣକାରୀମାନେ ଏକ ଘରୋଇ ଫାଇନାନ୍ସରୁ ଲୋନ୍‌ ନେବା ପାଇଁ ଆବେଦନ କରିଥିଲେ। ପରେ 'ଲୋନ୍ ଦେବା ପୂର୍ବରୁ ପ୍ରୋଜେକ୍ଟ ଦେଖିବାକୁ ଆସିଥିଲେ ୪ ଫାଇନାନ୍ସ କର୍ମଚାରୀ । ସେମାନଙ୍କୁ ଭୁବନେଶ୍ୱରରୁ ଚତୁରତା ସହ ଅପହରଣ କରିନେଇଥିଲେ ଅପହରଣକାରୀ।

Advertisment

ସେମାନଙ୍କୁ ଅପହରଣ କରି ଗଞ୍ଜାମର ଚିକିଟିରେ ଗୃହ ବନ୍ଦୀ କରି ଏକ ଅନ୍ଧାର ଘରେ ରଖିଥିଲେ। ସେମାନଙ୍କ ପାଖରେ ଏକ ପେଡିରେ ନାଗ ସାପ ରଖିଥିଲେ। କହୁଥିଲେ, ତୁମେମାନେ ଶୁଣୁଛ ତ....ଜଗିଛି ନାଗ ସାପ। ଭଲରେ ଭଲରେ ୨ କୋଟି ଟଙ୍କା ଦେଇଦିଅ, ନ ହେଲେ ପେଡ଼ିରୁ ଖୋଲିଦେବୁ ସାପ, ଦେବ କାମୁଡ଼ି।

 ଅଧିକ ପଢ଼ନ୍ତୁ: ଭୟଙ୍କର ବିସ୍ଫୋରଣ, ଭୁଶୁଡିଲା ଛାତ, ୮ ମୃତ

ଅପହରଣକାରୀଙ୍କ ଏପରି ଧମକରେ ଫାଇନାନ୍ସ କର୍ମଚାରୀମାନେ ଭୟଭୀତ ହୋଇପଡ଼ୁଥିଲେ। କିପରି ନିଜ ଜୀବନ ବଞ୍ଚାଇବେ ଚେଷ୍ଟା କରୁଥିଲେ।

Advertisment

ଗତକାଲି ଜଣେ ଫାଇନାନ୍ସ କର୍ମଚାରୀ କୌଶଳକ୍ରମେ ଅପହରଣକାରୀଙ୍କ କବଜାରୁ ଖସି ଆସିଥିଲେ। ଚିକିଟି ତହସିଲଦାରଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ତହସିଲଦାର ଚିକିଟି ପୁଲିସକୁ ଜଣାଇଥିଲେ। ଚିକିଟି ପୁଲିସ ଆଜି ଅନ୍ୟ ୩ ଫାଇନାନ୍ସ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି।ଏଥିସହ ଘଟଣାର ତଦନ୍ତ କରୁଛନ୍ତି।

ବ୍ରହ୍ମପୁର ଏସପି କହିଛନ୍ତି, ୪ ଅପହୃତ ଯୁବକ ଅପହରଣ ମାମଲାରେ ଜଣଙ୍କୁ ଅଟକ ରଖାଯାଇଛି। ଏହି ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଥିବା ଜଣାପଡ଼ିଛି। ଫାଇନାନ୍ସ କର୍ମଚାରୀଙ୍କୁ ଭୁବନେଶ୍ୱରରୁ ଅପହରଣ କରି ଗଂଜାମରେ ଆଣି ରଖାଯାଇଥିଲା। ଋଣ କାରବାରକୁ ନେଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।

ଜଣେ ଅପହୃତା ଦିଲ୍ଲୀର ଓ ୩ ଜଣ କଟକ ଅଞ୍ଚଳର ବୋଲି ଜଣାଯାଇଛି। ୪ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ। ଲୋନ୍ ଦେବା ପୂର୍ବରୁ ପ୍ରୋଜେକ୍ଟ ଦେଖିବାକୁ ଆସିଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିଲା। ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦେଉଥିଲେ ଅପହରଣ କାରୀ। ଯୁବକଙ୍କୁ ଉଦ୍ଧାର ହୋଇଥିବା ସ୍ଥାନରୁ ନାଗ ସାପ ମଧ୍ୟ ଉଦ୍ଧାର କରାଯାଇଛି।

ତହସିଲଦାର ବିଶ୍ୱଜିତ କହଁର କହିଛନ୍ତି, ଜଣେ ଯୁବକ କ୍ୟାମ୍ପସ ଭିତରକୁ ପଶି ଆସିଥିଲେ। ମୋତେ ବଞ୍ଚାଅ, ମୋତେ ବଞ୍ଚାଅ, ନହେଲେ ସେମାନେ ମୋତେ ମାରିଦେବେ...। ମୋତେ ଦୟାକରି ପୁଲିସ ଜିମାରେ ଦେଇଦିଅ...। ଏପରି କହି ଅପହୃତ ଯୁବକଟି ଅଚେତ ହୋଇଯାଇଥିଲା। ପରେ ଯୁବକଙ୍କୁ ପାଣି ଛାଟିବା ପରେ ଯୁବକଙ୍କ ଚେତା ଫେରିଥିଲା। ଚେତା ଫେରିବା ପରେ ଯୁବକ ଜଣଙ୍କ ୨ ବୋତଲ ପାଣି ପିଇଦେଇଥିଲା ଓ ଘଟଣା  ବିଷୟରେ କହିଥିଲା।  ତା’ପରେ ଆମେ ପୁଲିସକୁ ଘଟଣା ସଂପର୍କରେ ଖବର ଦେଇଥିଲୁ।

ଅଧିକ ପଢ଼ନ୍ତୁ: ହସ୍ପିଟାଲରେ ଡ୍ରୋନ୍ ହମଲା; ୭୦ ମୃତ

Police Ganjam Police Snake Help-Line
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ