Advertisment

ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଡାକି ନେଇଥିବା ଲୋକଟି କିଏ?

ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ କୁଜଙ୍ଗ ଥାନାରେ ତାଙ୍କ ମାଆ ବାସନ୍ତୀ ଦାସ ଥାନାରେ ଏତଲା ଦେଇଛନ୍ତି। କେହି ଜଣେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ଡାକି ନେଇଥିବା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ନେଇ ହାତ କାଟିବା ସହ ବିଷ ପିଆଇଥିବା ଅଭିଯୋଗ କରିଛନ୍ତି। ଏତଲା ନେଇ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।

 dusmanta death case

Mother Of dusmanta

Advertisment

ଜଗତସିଂହପୁର: ନ୍ୟାୟ ମାଗିବାକୁ କାଲି ଯିଏ ବିଧାନସଭା ଆଗକୁ ଆସିଥିଲେ, ଆଜି ସିଏ ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୁତରେ ମିଶିଗଲେ। ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ଏକ ବିବାଦୀୟ ପରିସ୍ଥିତିରେ ଆଖି ବୁଜିଥିବା, କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସଙ୍କୁ ବଡ଼ି ଭୋରରୁ ମୁଖାଗ୍ନି ଦେଇ ଅନ୍ତିମ ବିଦାୟ ଜଣାଇଥିଲା ତାଙ୍କ ୪ ବର୍ଷର ଅଲିଅଳି ଝିଅ। ହେଲେ ବାପା କାହିଁକି ଚିର ନିଦ୍ରାରେ ଶୋଇଗଲେ ? କିଏ ଏଥିପାଇଁ ଦାୟୀ ? ସେ ସିନା କିଛି ବୁଝି ପାରୁନି ହେଲେ ଠିକ୍ ବୁଝିଛନ୍ତି। ଦୁଷ୍ମନ୍ତଙ୍କ ମାଆ ସିଧା ସିଧା ଚିକିତ୍ସାରେ ତ୍ରୁଟି ଓ ବ୍ୟବସ୍ଥାର ବିଚିତ୍ର ସ୍ଥିତି ଆଡ଼କୁ ଅଙ୍ଗୁଳି ଉଠାଇବା ସହ କାହା ସହ ତାଙ୍କ ପୁଅ ଭୁବନେଶ୍ୱରକୁ ଯାଇଥିଲା, ଏନେଇ ଥାନାରେ ଏତଲା ଦେଇଛନ୍ତି।

Advertisment

ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ କୁଜଙ୍ଗ ଥାନାରେ ତାଙ୍କ ମାଆ ବାସନ୍ତୀ ଦାସ ଥାନାରେ ଏତଲା ଦେଇଛନ୍ତି। କେହି ଜଣେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ଡାକି ନେଇଥିବା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ନେଇ ହାତ କାଟିବା ସହ ବିଷ ପିଆଇଥିବା ଅଭିଯୋଗ କରିଛନ୍ତି। ଏତଲା ନେଇ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। କୁଜଙ୍ଗ ଥାନାରେ ଏତଲା ହୋଇଛି, କମିଶନରେଟ ପୋଲିସକୁ ଟ୍ରାନ୍ସଫର ହେବ ବୋଲି ସେ କହିଛନ୍ତି। 

ଏଣେ ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ସମ୍ପର୍କୀୟ, ଗାଁ ଲୋକ ଓ ରାଜନୈତିକ ଦଳର କ୍ଷୋଭ ବଢିଛି। କୁଜଙ୍ଗ ମନ୍ତ୍ରୀପାଟଣା ଛକରେ କଟକ-ପାରାଦୀପ ମୁଖ୍ୟରାସ୍ତା ଅବରୋଧା ରାସ୍ତା ଅବରୋଧରେ ସାମିଲ ହୋଇଥିଲା, ଦୁଷ୍ମନ୍ତଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବିଜେପି ପ୍ରତିନିଧି ଟିମ୍। ସେମାନଙ୍କ ଦାବି, ଘଟଣାର ସିବିଆଇ ତଦନ୍ତ ହେଉ। ଦୁଷ୍ମନ୍ତଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ସହାୟତା ସହ ମାମଲାର ରଫାଦଫା ପାଇଁ ଚାପ ପକଇଉଥିବା ଶାସକଦଳର ନେତା ଓ କର୍ମୀଙ୍କୁ ଗିରଫ କରାଯାଉ। 

Advertisment

ଏଣେ ବିଧାନସଭା ଆଗକୁ ଆସି ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧି। ଏମିତିକି ଗତକାଲି ଦୁଷ୍ମନ୍ତ ନିଜ ହାତକାଟି ବିଧାନସଭା ଆଗରେ ବିଷ ପିଇ ଦେବା ପରେ , ତାଙ୍କ ଅବସ୍ଥା ଗୁରୁତର ହୋଇ ଆସୁଥିବାବେଳେ ପୋଲିସ ଆଗେ କ୍ୟାପିଟାଲ ହସ୍ପିଟାଲ ନନେଇ ଥାନାକୁ ନେଲା କାହିଁକି? ବିଧାନସଭା ଆଗରେ ଦୁଷ୍ମନ୍ତ ବିଷ ପିଇବା ପୂର୍ବରୁ କେମିତି ଜାଣି ପାରିଲାନି ଗୁଇନ୍ଦା ବିଭାଗ? କାହଁକି ତାଙ୍କୁ ଏ ଚରମ ନିଷ୍ପତ୍ତି ନେବା ପୂର୍ବରୁ ବୁଝାସୁଝା କରାଗଲା ନାହିଁ? ଏମିତି ଛିଡ଼ା ହୋଇଛି ଅନେକ ଅସମାହିତ ପ୍ରଶ୍ନ।  କଂଗ୍ରେସ ବିଧାୟକଦଳ ନେତା ସିଧା ଏହି ଘଟଣା ପାଇଁ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ସେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

ସେହିପରି ବିଜେପି କହିଛି-ବିଜୁ ସ୍ବାସ୍ଥ୍ୟ କାର୍ଡରୁ ସୁଫଳ ନପାଇ ଲୋକେ କିଭଳି ହୀନସ୍ତା ହେଉଛନ୍ତି ଦୁଷ୍ମନ୍ତ ତାର ଜ୍ୱଳନ୍ତ ଉଦାହରଣ। କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହୋଇଥିଲେ ଆଜି ଏଭଳି ସ୍ଥିତି ଉପୁଜିନଥାନ୍ତା ଓ ଦୁଷ୍ମନ୍ତଙ୍କ ମୃତ୍ୟୁ ପାଇଁ ତ୍ରୁଟିପୂର୍ଣ୍ଣ ଚିକିତ୍ସା ହିଁ ଦାୟୀ। ଜବାବରେ ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ମୃତ ଦୁଷ୍ମନ୍ତଙ୍କ ଚିକିତ୍ସାରେ ଟିକେ ବି ଅବହେଳା ହୋଇନି।

Advertisment

ସେପଟେ ଏସସିବିରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ହିଁ ଦୁଷ୍ମନ୍ତଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ହେଉଛି ଅଭିଯୋଗ କାରଣ। ୨୦୨୦ ମାର୍ଚ୍ଚରେ ସଡ଼କ ଦୁର୍ଘଟଣାରେ ବାମ ଗୋଡ଼ରେ ଗଭୀର କ୍ଷତ ଯୋଗୁ କଟକ ବଡ଼ ମେଡ଼ିକାଲରେ ଅପରେସନ ପରଠାରୁ ଗତକାଲିର ଘଟଣା ପର୍ଯ୍ୟନ୍ତ ସବୁଥିରେ ଏସସିବି କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯାଉଛି। ପ୍ରତିକ୍ରିୟା ରଖି ଏସସିବି  ମେଡ଼ିକାଲ୍ ଇମର୍ଜେନ୍ସୀ ଅଫିସର ଭୁବନାନନ୍ଦ ମହାରଣା ତ୍ରୁଟିପୂର୍ଣ୍ଣ ଅପରେସନ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଏକ ୭ଜଣିଆ ଡାକ୍ତରୀ ଟିମ୍ ବେଷ୍ଟ ଅଫ୍ ବେଷ୍ଟ ଚିକିତ୍ସା ଯୋଗାଇଥିଲେ ବୋଲି କହିଛନ୍ତି।

ତାସହ କହିଛନ୍ତି ତାଙ୍କ ଗୋଡ଼ରେ ଲାଗିଥିବା ଆଘାତ ଭଲ ହେବାକୁ ଅଧିକ ସମୟ ଲାଗିଥାନ୍ତା। କିନ୍ତୁ ଦୁଷ୍ମନ୍ତ ଅଧୈର୍ଯ୍ୟ ହୋଇ ଏମ୍ସ ଯିବାକୁ ଚାହିଁବାରୁ ତାଙ୍କୁ ରେଫର କରାଯାଇଥିଲା। ଗତକାଲି ସେ ଗୁରୁତର ଅବସ୍ଥାରେ ମେଡ଼ିକାଲ୍ ଆସିଥିଲେ। ସବୁ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ହୋଇନଥିଲା। ତେବେ କାହିଁକି ରାତି ଅଧରେ ଦୁଷ୍ମନ୍ତଙ୍କ ପୋଷ୍ଟମର୍ଟମ ପାଇଁ ନିର୍ଦ୍ଦେଶ ଦିଆଗଲା, ତାର କାରଣ ଜିଲ୍ଲା ପ୍ରଶାସନ ହିଁ କହିପାରିବ ବୋଲି କହିଛନ୍ତି ଭୁବନାନନ୍ଦ।

Jagatsinghpur Suicide Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ