Advertisment

ପରିବା ବିକିବାକୁ ଆସି ଝୁଡିରେ ନେଇଗଲା ପିଲା !

ନୟାଗଡ ଜିଲ୍ଲାରେ ବାରମ୍ବାର ପିଲା ଚୋରି ଘଟଣା ସାମ୍ନାକୁ ଆସୁଥିବା ଘଟଣା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।

Child Kidnap Case

Child Kidnap Case

Advertisment

ପରିବା ବିକିବାକୁ ଆସି ପିଲା ଚୋରି କରୁଥିବା ସନ୍ଦେହରେ ପୋଲିସକୁ ଜିମା ଦେଇଛନ୍ତି ଲୋକେ। ତାଗିଦ କରିବାରୁ ଚୋରି ନୁହେଁ ବରଂ ବୁଲେଇ ଆଣି ଛାଡ଼ି ଦେଲି ବୋଲି କହିଲା ପରିବା ବେପାରୀ। ଏମିତି ଏକ ଘଟଣାକୁ ନେଇ ନୟାଗଡ଼ ଶରଣକୁଳ ଥାନା ପାଇକଗଡ଼ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଛି। 

Advertisment

ଖବର ଅନୁସାରେ ଗାଁର ଅଜୟ ମୁଦୁଲିଙ୍କ ୩ବର୍ଷର ଝିଅ ସମ୍ପୂର୍ଣ୍ଣା। ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ପରିବା ବିକ୍ରି କରିବାକୁ ଆସିଥିବା ରଙ୍କ ମହାରଣା ଝିଅଟିକୁ ପରିବା ବୋଝରେ ପକାଇ ନେଇ ଯିବାବେଳେ ପିଲାଟି କାନ୍ଦିବାରୁ ସ୍ଥାନୀୟ ଲୋକେ ପରିବା ବେପାରୀକୁ ଅଟକାଇ ଝିଅକୁ ଉଦ୍ଧାର କରିଥିବା କହିଥିଲେ।

ପରେ ଗ୍ରାମବାସୀ ପରିବା ବେପାରୀକୁ ଅଟକ ରଖି ଶରଣକୁଳ ପୋଲିସକୁ ଜିମା ଦେଇଥିଲେ। ପୋଲିସ ଏହି ଘଟଣାରେ ରଙ୍କକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ନୟାଗଡ ଜିଲ୍ଲାରେ ବାରମ୍ବାର ପିଲା ଚୋରି ଘଟଣା ସାମ୍ନାକୁ ଆସୁଥିବା ଘଟଣା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।ପୂର୍ବରୁ ପରୀ ସ୍ୱାତୀ ଭଳି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଗମ୍ଭୀରତାର ସହ ନେବାକୁ ଦାବି ହୋଇଛି। 

Advertisment
Child Kidnapping Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ