Advertisment

ଅଧିକ ମହିଳା କର୍ମଚାରୀ ଥିଲେ ଭି-କାର୍ତ୍ତିକ୍‌ଙ୍କ ନିଯୁକ୍ତି ମନା !

କୌଣସି ଟ୍ରେନିଂ ଇନଷ୍ଟିଚ୍ୟୁଟରେ ନିଯୁକ୍ତି ନଦେବାକୁ ପରାମର୍ଶ । ବିଶେଷ କରି ଅଧିକ ମହିଳା କାର୍ଯ୍ୟ କରୁଥିବା ସଂସ୍ଥାରେ ନିଯୁକ୍ତି ନଦେବାକୁ ସୁପାରିଶ ।

ଅଦ୍ୟତନ ହୋଇଛି
V Kartik

V Kartik

Advertisment

ଚର୍ଚ୍ଚାରେ ଭି. କାର୍ତ୍ତିକ । ଓଡିଶା କ୍ୟାଡର୍ ଆଇଏଫ୍ଏସ୍ ଅଧିକାରୀ । ଡେପୁଟେସନରେ କୋଏମ୍ବାଟୁର ଯାଇଥିବା କାର୍ତ୍ତିକଙ୍କ ବିରୋଧରେ ଆସିଛି କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଅଭିଯୋଗ । ତେବେ ତାଙ୍କ ବିରୋଧରେ ହୋଇଥିବା ମାନସିକ ନିର୍ଯାତନାର ଆପାତତଃ ପ୍ରମାଣ ରହିଛି ବୋଲି ତଦନ୍ତ ରିପୋର୍ଟ ଆସିବା ପରେ ତାଙ୍କୁ ତୁରନ୍ତ ଓଡିଶାକୁ ଫେରାଇ ଦିଆଯାଇଛି ।

Advertisment

ଓଡିଶା ସରକାର ତାଙ୍କୁ ପିସିସିଏଫଙ୍କ କାର୍ଯ୍ୟାଳୟରେ କନଜର୍ଭେଟର ଅଫ୍ ଫରେଷ୍ଟସ ଭାବେ ନିଯୁକ୍ତି ଦେଇଛନ୍ତି । ସେ ଭାରତ ସରକାରଙ୍କ ଅଧୀନରେ ଥିବା କୋଏମ୍ବାଟୁରସ୍ଥିତ ବନସେବା ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା CASFOSରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ।

ତେବେ ପ୍ରଶିକ୍ଷଣ କେନ୍ଦ୍ରରେ ମହିଳା ଟ୍ରେନି ଅଫିସରଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ ମେସେଜ ପଠାଇବା ସହ ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ମହିଳା ଟ୍ରେନି ଅଫିସରଙ୍କ ସହ ନିବିଡତା ବଢାଇବାକୁ ସେ ଚେଷ୍ଟା କରୁଥିଲେ। ଅଭିଯୋଗ ପରେ ପ୍ରତିଷ୍ଠାନ ପକ୍ଷରୁ ଏନେଇ ତଦନ୍ତ କରାଯାଇଥିଲା। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କୁ ଓଡ଼ିଶା ଫେରାଇ ନେବାକୁ ସୁପାରିଶ କରିଥିଲା CASFOS ।

Advertisment

ଏହାସହ ଭି. କାର୍ତ୍ତିକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରତିଷ୍ଠାନ ସୁପାରିଶ କରିଛି । ଏପରିକି ପ୍ରତିଷ୍ଠାନ ଏନେଇ ଓଡ଼ିଶାର ବନ ବିଭାଗ ମୁଖ୍ୟଙ୍କୁ ଅବଗତ କରାଇବା ସହ ତାଙ୍କ ବିରୋଧରେ ଅଲ୍ ଇଣ୍ଡିଆ ସର୍ଭିସ ଡିସିପ୍ଲିନାରୀ ରୁଲ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛି।  ଓଡ଼ିଶାରେ କୌଣସି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ କିମ୍ବା ଅଧିକ ମହିଳା କାର୍ଯ୍ୟ କରୁଥିବା ସଂସ୍ଥାରେ ନିଯୁକ୍ତ ନ କରିବାକୁ ମଧ୍ୟ CASFOS ସୁପାରିଶ କରିଛି ।

କୋଏମ୍ବାଟୁରରେ କାର୍ତ୍ତିକଙ୍କ କାର୍ଯ୍ୟକଳାପ ପ୍ରତିଷ୍ଠାନର ନୀତି ଓ ନୈତିକତାର ବିରୁଦ୍ଧାଚରଣ କରିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । ଏସଂପର୍କରେ ଭି. କାର୍ତ୍ତିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Crime Against Women IFS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ