• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୋରକୁ ଧରାପକାଇ ଦେଲା ମଦ ନିଶା । ଚୋରି କରିବାକୁ ଯାଇଥିବା ବେଳେ ଦାମୀ ମଦ ଦେଖି ନିଜକୁ ସମ୍ଭାଳି ପାରିନଥିଲା । ଜିନିଷ ଚୋରି କରିବା ବଦଳରେ ପେଟେ ମଦ ପିଇ ଶୋଇ ପଡ଼ିଥିଲା । ହେଲେ ନିଦ ଭାଙ୍ଗିଲା ବେଳକୁ ସବୁକିଛି ଓଲଟପାଲଟ ହୋଇଗଲା । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଜବ ଘଟଣା ଘଟିଛି । ଚୋରି କରିବାକୁ ପଶିଥିବା ଘରର ଲୋକମାନେ ବିବାହ ଉତ୍ସବକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଘରକୁ ପଶିଯାଇଥିଲା ଚୋର । ହେଲେ ସେମାନେ ଫେରିବା ପରେ ଦେଖିଲେ ଜଣେ ଲୋକ ଘରେ ଘୁଙ୍ଗୁଡ଼ି ମାରି ଗଭୀର ନିଦରେ ଶୋଇଛି । ତା’ପରେ ତୁରନ୍ତ ଫୋନ୍‌ କରି ଚୋରକୁ ପୋଲିସ୍‌ ଡକାଇଥିଲେ ।

ବିହାରର ଛପରା ନିବାସୀ ସର୍ବାନନ୍ଦ ନାୟକ ସୁବେଦାର ଭାବରେ ସେନାରୁ ଅବସର ନେଇଛନ୍ତି । ସେ ଲକ୍ଷ୍ନୌର କେଣ୍ଟ ଥାନା ଅନ୍ତର୍ଗତ ନିର୍ମଳା କଟାରୀ ଅଞ୍ଚଳରେ ତାଙ୍କ ପରିବାର ସହ ରୁହନ୍ତି । ଘଟଣା ଦିନ ସର୍ବାନନ୍ଦ ସପରିବାରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ହେଲେ ବିବାହ ସାରି ଫେରିବା ପରେ ଯାହା ଦେଖିଲେ ତାଙ୍କ ଗୋଡ଼ ତଳୁ ମାଟି ଖସିଗଲା । ଘରର ତାଲା କଟାଯାଇଥିବା ବେଳେ ଘରର ଚାରିଆଡ଼େ ଜିନିଷପତ୍ର ବିଛେଇ ହୋଇ ପଡ଼ିଥିଲା ।

ହେଲେ ବେଡରୁମ୍‌କୁ ପହଞ୍ଚିବା ପରେ ଦେଖିଲେ ସମସ୍ତଙ୍କ ମୁଣ୍ଡ ଘୁରାଇ ଦଇଥିଲା । ଜଣେ ଲୋକ ନିଜ ଘର ଭାରି ଅଚିନ୍ତାରେ ଶୋଇଥିବା ଦେଖିଥିଲେ । ଆଉ ପାଖରେ ପଡ଼ିଥିଲା ମଦ ବୋତଲ । ତା’ପରେ ଘର ଲୋକ ଚୋରକୁ ଧରିନେଇ ପୋଲିସ୍‌କୁ ଫୋନ୍‌ କରିଥିଲେ ।

ସୂଚନା ଅନୁସାରେ ସେହି ଘରୁ ୧୦ ତୋଳା ସୁନା, ୨ କିଲୋଗ୍ରାମ ରୂପା, ପ୍ରାୟ ୫୦ ହଜାର ମୂଲ୍ୟର ୪୦ଟି ମହଙ୍ଗା ଶାଢ଼ୀ ଏବଂ ଗୁରୁତ୍ୱପୂର୍ଣ୍ଣ ଦଲିଲ ଗୁଡ଼ିକ ଗାୟବ୍ ଅଛି । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଛି, ସହଯୋଗୀଙ୍କ ସହ ସେ ଘର ଭିତରକୁ ପ୍ରବେଶ । ପୁରା ଘରେ କଳାକନା ବୁଲାଇବା ପରେ ତାକୁ ଫସାଇ ସବୁ ଟଙ୍କା ସୁନା ନେଇଯିବା ପାଇଁ ପ୍ରଚୁର ମଦ ପିଆଇ ଦେଇଥିଲେ । ଆଉ ତା’ପରେ ତାଙ୍କୁ ଘରେ ଛାଡ଼ି ଚମ୍ପଟ୍‌ ମାରିଥିଲେ । ବୟାନ୍ ଆଧାରରେ ପୋଲିସ ବର୍ତ୍ତମାନ ଅନ୍ୟ ଚୋରକୁ ଖୋଜୁଛି ।