Advertisment

Fake Embassy: ପୃଥିବୀରେ ନାହିଁ ଯେଉଁ ଦେଶ, ଗାଜିଆବାଦରେ ତାର ଦୂତାବାସ...ରାକେଟର ପର୍ଦ୍ଦାଫାସ କରିଛି ଯୁପି ଏସଟିଏଫ

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ନିଜକୁ ପଶ୍ଚିମ ଆର୍କଟିକ, ସାବୋର୍ଗା, ଲୋଡୋନିଆ ଭଳି ଦେଶଗୁଡ଼ିକର ଆମ୍ବାସାଡର ଭାବେ ପରିଚୟ ଦେଉଥିଲା । ସେ ଅନେକ ଡିପ୍ଲୋମାଟିକ ନମ୍ବର ପ୍ଲେଟ ଲାଗିଥିବା ଗାଡ଼ିରେ ଯାତାୟାତ କରୁଥିଲା।

ଅଦ୍ୟତନ ହୋଇଛି
Fake Embassy

Fake Embassy

Advertisment

ଆପଣ ନିଶ୍ଚିତ ଭାବେ ନକଲି କଲ ସେଂଟର କିମ୍ବା ନକଲି ଅଫିସ ଖୋଲି ଲୋକଙ୍କୁ ଚାକିରି ଦେବା ନାମରେ ଠକେଇ ବିଷୟରେ ଶୁଣିଥିବେ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି କେହି ଏକ ନକଲି ଦୂତାବାସ ତିଆରି କରିଛି? ତାହା ମଧ୍ୟ ଏପରି ଦେଶଗୁଡ଼ିକର ନାମରେ ଯେଗୁଡ଼ିକ ପୃଥିବୀରେ କେଉଁ ଠାରେ ନାହିଁ। ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦରେ।

Advertisment

ଗାଜିଆବାଦରେ କିଛି ଲୋକ ମିଳିତ ଭାବେ ଏକ ନକଲି ଦୂତାବାସ ‌ଖୋଲିଥିଲେ । ଏହି ରାକେଟର ପର୍ଦାଫାସ କରିଛି ଯୁପି ଏସଟିଏଫ । ଏସଟିଏଫ ଏହି ମାମଲାରେ ଜଣେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ ହର୍ଷ ବର୍ଦ୍ଧନ । ସେ କବିନଗରରେ ଏକ ଭଡ଼ା ଘରେ ବେଆଇନ ଭାବେ ପଶ୍ଚିମ ଆର୍କଟିକ ଦୂତାବାସ ଚଳାଉଥିଲା। ଯାହାକୁ ଦେଖି ପୋଲିସ ଆଶ୍ଚର୍ଯ୍ୟ ଚକିତ ହୋଇଛି ।

Advertisment

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ନିଜକୁ ପଶ୍ଚିମ ଆର୍କଟିକ, ସାବୋର୍ଗା, ଲୋଡୋନିଆ ଭଳି ଦେଶଗୁଡ଼ିକର ଆମ୍ବାସାଡର ଭାବେ ପରିଚୟ ଦେଉଥିଲା । ସେ ଅନେକ ଡିପ୍ଲୋମାଟିକ ନମ୍ବର ପ୍ଲେଟ ଲାଗିଥିବା ଗାଡ଼ିରେ ଯାତାୟାତ କରୁଥିଲା।

Advertisment

ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଦେଶଗୁଡ଼ିକ ପୃଥିବୀରେ  କେଉଁଠାରେ ନାହିଁ। ଲୋକଙ୍କୁ ପ୍ରଭାବିତ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ଯୋଡ଼ା ଯାଇଥିବା ଫଟୋର ବ୍ୟବହାର ମଧ୍ୟ କରୁଥିଲା।

ଅନେକ ସମୟରେ ଲୋକେ ହର୍ଷ ବର୍ଦ୍ଧନଙ୍କୁ ଦୂତାବାସର ଅଧିକାରୀ ବୋଲି ଭାବୁଥିଲେ। ପୋଲିସର ସୂଚନା ଅନୁଯାୟୀ, ନକଲି ଦୂତାବାସର ନାମରେ ଏହି ଅଭିଯୁକ୍ତ କମ୍ପାନୀ ଏବଂ ଅନ୍ୟ ଲୋକଙ୍କଠାରୁ ଅନ୍ୟ ଦେଶରେ କାମ ଦେବା ନାମରେ ଟଙ୍କା ଆଦାୟ କରୁଥିଲା।

ଏହି ଗ୍ୟାଙ୍ଗର ଲୋକେ ଶେଲ କମ୍ପାନୀ ମାଧ୍ୟମରେ ହବାଲା ରାକେଟ ଚଳାଉଥିଲେ। ଅଭିଯୁକ୍ତ ହର୍ଷ ବର୍ଦ୍ଧନ ପୂର୍ବରୁ ଚନ୍ଦ୍ରାସ୍ୱାମୀ ଏବଂ ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟୀ ଅଦନାନ ଖଗୋଶୀ ସହିତ ମଧ୍ୟ ସମ୍ପର୍କରେ ଥିବା ଜଣାପଡ଼ିଛି। ୨୦୧୧ ମସିହାରେ ହର୍ଷ ବର୍ଦ୍ଧନ ଠାରୁ ଏକ ବେଆଇନ ସାଟେଲାଇଟ ଫୋନ ମଧ୍ୟ ଜବତ ହୋଇଥିଲା, ଯାହାର ମାମଲା କବିନଗର ଥାନାରେ ପଞ୍ଜୀକୃତ ଅଛି। ପୁଲିସ ବର୍ତ୍ତମାନ ଏହି ପୂରା ମାମଲାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ଛୁଟି କାଟିବାକୁ ଯାଇ ଝିଅକୁ ହତ୍ୟା କଲା ବାପା, ରଚିଲା କିଡନାପ୍ ଡ୍ରାମା, ହ୍ରଦରୁ ମିଳିଲା ଝିଅର ମୃତଦେହ

Uttar Pradesh Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ