Advertisment

UP:ପୋଲିସ ବାବୁଙ୍କ ପ୍ଲଟ୍‌ ଲୋଭ, ସ୍ତ୍ରୀକୁ ଜୀଅନ୍ତା ଜାଳି ଦେଲେ

ପୁଣି ଅମାନୁଷିକ, ପୁଣି ବର୍ବରତା। ପୁଣି ଯୌତୁକ ନିଆଁରେ ଜଳିଲା ଆଉ ଜଣେ ବଧୂ। ପ୍ଲଟ ଲୋଭରେ ଅନ୍ଧ ହୋଇଗଲା ସ୍ୱାମୀ। ଯେଉଁ ନିଆଁକୁ ସାଖୀ ରଖି ସ୍ତ୍ରୀର ହାତ ଧରି ଘରକୁ ଆଣିଥିଳା, ସେହି ନିଆଁରେ ପୋଡିଦେଲା। ପାଲଟିଗଲା ପିଶାଚ। ଯୌତୁକ ପାଇଁ ସବୁ ସୀମା ଟପିଗଲେ ଶାଶୁ ଘର ଲୋକେ। ଶୋଇଥିବା ବେଳେ ପେଟ୍ରୋଲ ଢ଼ାଳି ବୋହୂକୁ ଜୀବନ୍ତ ଜାଳି ଦେଲେ।

crime

crime

Advertisment

ପୁଣି ଉତ୍ତର ପ୍ରଦେଶରୁ ଆସିଛି ଯୌତୁକ ନିର୍ଯାତନାର ଭୟଙ୍କର ଚିତ୍ର। କିଛି ଦିନ ତଳେ ଗ୍ରେଟର ନୋଏଡାରେ ୨୬ ବର୍ଷୀୟ ନିକ୍କି ଭାଟିଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକ ଜୀବନ୍ତ ପୋଡ଼ି ମାରି ଦେଇଥିଲେ। ଏବେ ଉତ୍ତର ପ୍ରଦେଶର ଅମରୋହାରୁ ସମାନ ଘଟଣା ସାମ୍ନାକୁ ଆସିଛି। ଏଠାରେ ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ଘର ଲୋକ ସବୁ ସୀମା ପାର କରି ଯାଇଛନ୍ତି।

Advertisment

ସେମାନେ ଘରର ବୋହୂଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ଏବେ ମହିଳା ଜଣଙ୍କ ହସ୍ପିଟାଲ ବେଡରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏନେଇ ଘରର ୬ ଜଣଙ୍କ ବିରୋଧରେ ମାମଲା ହୋଇଛି। ଏମାନଙ୍କ ମଧ୍ୟରେ ମହିଳାଙ୍କ ପୁଲିସ୍‌ କନଷ୍ଟେବଲ ସ୍ୱାମୀ ମଧ୍ୟ ରହିଛନ୍ତି। ସେ ହିଁ ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ପୂରା ଘଟଣା ନାରଙ୍ଗପୁର ଗାଁରେ ଘଟିଛି। ପୀଡ଼ିତା ଜଣଙ୍କ ହେଲେ ୩୨ ବର୍ଷୀୟ ପାରୁଲ। ସେ ପେଶାରେ ଜଣେ ନର୍ସ। ପୋଡ଼ି ଯାଇ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀକୁ ପଠାଯାଇଛି।

Advertisment

ପାରୁଲଙ୍କ ପତ୍ନୀ ଦେବେନ୍ଦ୍ର ଜଣେ କନଷ୍ଟେବଲ। ସେ ଉତ୍ତର ପ୍ରଦେଶ ପୁଲିସ୍‌ରେ କାମ କରନ୍ତି। ନିକଟରେ ରାମପୁରରୁ ତାଙ୍କର ବଦଳି ବରେଲୀକୁ ହୋଇଥିଲା। ଘଟଣା ବେଳେ ସେ ଛୁଟି ନେଇ ଘରେ ଥିଲେ। ପୁଲିସ୍‌ର କହିବା କଥା ଦେବେନ୍ଦ୍ର ଓ ତାଙ୍କ ସମ୍ପର୍କୀୟମାନେ ପାରୁଲଙ୍କୁ ଯୌତୁକ ପାଇଁ ଜୀବନ୍ତ ଜାଳି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।

ଏନେଇ ପାରୁଲଙ୍କ ଭାଇ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ସେ ଦାଖଲ କରିଥିବା ଅଭିଯୋଗରେ ୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। ସେମାନେ ହେଲେ- ପାରୁଲଙ୍କ ସ୍ୱାମୀ ଦେବେନ୍ଦ୍ର, ଶାଶୁ ଓ ୪ ଜଣ ପୁରୁଷ ସମ୍ପର୍କୀୟ- ସୋନୁ, ଗଣେଶ, ଜିତେନ୍ଦ୍ର ଓ ସନ୍ତୋଷ। ଅଭିଯୋଗ ପରେ ପୁଲିସ ଘରୋଇ ହିଂସା ଓ ହତ୍ୟା ଉଦ୍ୟମ ଦଫାରେ ମାମଲା ରୁଜୁ କରିଛି। ତେବେ ସମସ୍ତ ୬ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ପୁଲିସ୍‌ କହିଛି।

Advertisment

ପାରୁଲଙ୍କ ମା’ ଅନୀତାଙ୍କ କହିବା କଥା ଯେ ଘଟଣା ସମ୍ପର୍କରେ ପଡ଼ୋଶୀମାନେ ତାଙ୍କୁ ମଙ୍ଗଳବାର ଖବର ଦେଇଥିଲେ। ସେ କହିଛନ୍ତି, “ମୁଁ ଯେତେବେଳେ ଘଟଣା ସ୍ଥଳରେ ପହଞ୍ଚିଲି ସେତେବେଳେ ମୋ ଝିଅ ଯନ୍ତ୍ରଣାରେ ଛଟପଟ ହେଉଥିଲା। ସେ ଭୟଙ୍କର ଢଙ୍ଗରେ ପୋଡ଼ି ହୋଇଯାଇଥିଲା। ପ୍ରଥମେ ତା’କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ତା’ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ସେ ଏବେ ଜୀବନମରଣ ସହ ସଂଘର୍ଷ କରୁଛି।”

ପାରୁଲ ଓ ଦେବେନ୍ଦ୍ର ପ୍ରାୟ ୧୩ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କ ଯାଁଆଳା ପୁଅ ଓ ଝିଅ ରହିଛନ୍ତି।

Police Dowry Constable UP Wife Nurse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ