Advertisment

Muskan Pregnancy in Jail: ପତିହନ୍ତା ମୁସ୍କାନ ଜେଲରେ ଥାଇ ଗର୍ଭବତୀ

ଜେଲର ବରିଷ୍ଠ ସୁପରିଟେଣ୍ଡେଣ୍ଟଙ୍କ ରିପୋର୍ଟ ଅନୁସାରେ, ମହିଳା କଏଦୀମାନଙ୍କ ସମେତ ମୁସ୍କାନଙ୍କ ଡାକ୍ତରୀ ପରୀକ୍ଷା କରାଯଇଥିଲା। ଏଥିରୁ ସେ ଗର୍ଭବତୀ ଥିବା ଜଣାପଡିଛି। କିନ୍ତୁ ଏନେଇ ଡାକ୍ତର କୌଣସି ଲିଖିତ ରିପୋର୍ଟ ଦେଇନାହାନ୍ତି, କେବଳ ମୌଖିକ ଭାବେ କହିଛନ୍ତି।

ଅଦ୍ୟତନ ହୋଇଛି
Muskan Pregnant

Muskan Pregnant

Advertisment

ବହୁ ଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ୍। ପତିହନ୍ତା ମୁସ୍କାନ ଗର୍ଭବତୀ ଚିହ୍ନଟ। ଜେଲରେ ଥିବାବେଳେ ମୁସ୍କାନ ଗର୍ଭବତୀ ଥିବା ଜଣାପଡିଛି। କଏଦୀଙ୍କ ଡାକ୍ତରୀ ପରୀକ୍ଷା ସମୟରେ ପ୍ରେଗନାନ୍ସି ନେଇ ପ୍ରକାଶ ପାଇଛି ରିପୋର୍ଟ। ତେବେ କେବେଠୁ ଗର୍ଭବତୀ ଅଛନ୍ତି ମୁସ୍କାନ?, କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା? ଅଲଟ୍ରାସାଉଣ୍ଡ ରିପୋର୍ଟ ପରେ ସ୍ପଷ୍ଟ ହେବ।

Advertisment

ଅଧିକ ପଢ଼ନ୍ତୁ; ଚୀନକୁ ଟ୍ରମ୍ପଙ୍କ ଅଲଟିମେଟମ୍ ; ୩୪% ଟାରିଫରୁ ନ ଓହରିଲେ....

 ଜେଲର ବରିଷ୍ଠ ସୁପରିଟେଣ୍ଡେଣ୍ଟଙ୍କ ରିପୋର୍ଟ ଅନୁସାରେ, ମହିଳା କଏଦୀମାନଙ୍କ ସମେତ ମୁସ୍କାନଙ୍କ ଡାକ୍ତରୀ ପରୀକ୍ଷା କରାଯଇଥିଲା। ଏଥିରୁ ସେ ଗର୍ଭବତୀ ଥିବା ଜଣାପଡିଛି। କିନ୍ତୁ ଏନେଇ ଡାକ୍ତର କୌଣସି ଲିଖିତ ରିପୋର୍ଟ ଦେଇନାହାନ୍ତି, କେବଳ ମୌଖିକ ଭାବେ କହିଛନ୍ତି। ଅଲଟ୍ରାସାଉଣ୍ଡ ରିପୋର୍ଟ ଆସିବା ପରେ ଗର୍ଭାବସ୍ଥାର ଅବଧି କେତେ, ସେ କେବେଠାରୁ ଗର୍ଭବତୀ ଅଛନ୍ତି ସେନେଇ ସ୍ପଷ୍ଟ ହେବ।

ପ୍ରକାଶ ଥାଉକି, ମାର୍ଚ୍ଚ 4ରେ ଉତ୍ତର ପ୍ରଦେଶ ନେଭି ମର୍ଚ୍ଚାଣ୍ଟ ସୌରଭ ରାଜପୁତ ହତ୍ୟା ମାମଲାରେ ଜେଲରେ ଅଛନ୍ତି ପତ୍ନୀ ମୁସ୍କାନ। ଅଭିଯୋଗ ଅନୁସାରେ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଝିଅର ଜନ୍ମଦିନ ମନାଇବାକୁ ଆସିଥିବା ସୌରଭଙ୍କୁ ଅତି ନିର୍ମମ ଭାବେ ଛୁରୀ ଭୁଶି ହତ୍ୟା କରିଥିଲେ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ। ଏହା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ପ୍ଲାଷ୍ଟର କରି ଦେଇଥିଲେ। ଏହି ମାମଲାରେ ଉଭୟ ଏବେ ଜେଲରେ ଅଛନ୍ତି। ବର୍ତ୍ତମାନ ମୁସ୍କାନ ଗର୍ଭବତୀ ଚିହ୍ନଟ ହେବା ପରେ ଆଗାମୀ ନ୍ୟାୟିକ ପ୍ରକ୍ରିୟା କଣ ହେବ ତା ଉପରେ ନଜର ରହିଛି। 

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମେଟ୍ରୋରେ ସିଟ୍‌କୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଝିଙ୍କାଝିଙ୍କି, ଭିଡିଓ ଭାଇରାଲ୍

Crime News Pregnancy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ