Advertisment

ନାତୁଣୀର ଇଜ୍ଜତ୍‌ ନେଇଗଲା ଜେଜେବାପା, ଚୁପ୍‌ ରହିବାକୁ କହି ଧରାଇଦେଲା ୧୦ ଟଙ୍କା

୧୫ ବର୍ଷିୟ ନାତୁଣୀକୁ ଦୁଷ୍କର୍ମ କଲା ଜେଜେବାପା ।

ଅଦ୍ୟତନ ହୋଇଛି
UP Man Rape His Granddaughter

crime

Advertisment

ଲଜ୍ଜା !! ରକ୍ଷକ ସାଜିଲା ଭକ୍ଷକ । ରାକ୍ଷସ ପାଲଟିଲା ଜେଜେବାପା । ଛେଳି ଚରାଇବାକୁ ଯାଇଥିବା ବେଳେ ନାତୁଣୀକୁ ଦୁଷ୍କର୍ମ । ଉତ୍ତର ପ୍ରଦେଶ ଗୋରଖପୁରରେ ନିଜ ନାତୁଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୬୦ ବର୍ଷିୟ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ୍‌ । ତେବେ ଦୁଷ୍କର୍ମ କରିବା ପରେ ୧୫ ବର୍ଷିୟ ନାତୁଣୀକୁ ୧୦ ଟଙ୍କା ଦେଇ କାହାକୁ କିଛି ନକହିବା ପାଇଁ କହିଥିଲା ଅଭିଯୁକ୍ତ । ଘଟଣା ସମ୍ପର୍କରେ ଏବେ ଛାନଭିନ୍‌ ଆରମ୍ଭ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ନର୍ସିଂ ଛାତ୍ରୀଙ୍କୁ ଭଡ଼ାଘରକୁ ଡାକିଲେ, ଜବରଦସ୍ତ ମଦ ପିଆଇ ଗଣଦୁଷ୍କର୍ମ କଲେ ଦୁଇ ସାଙ୍ଗ

ପୀଡ଼ିତାଙ୍କ ମା’ଙ୍କ କହିବା ଅନୁସାରେ, ଘଟଣା ଦିନ ଝିଅ ସହ ସେ ଛେଳି ଚରାଇବାକୁ ଯାଇଥିଲେ । ଆଉ ସେତିକିବେଳେ ସେଠାରେ ପହଞ୍ଚିଥିଲେ ଅଭିଯୁକ୍ତ । ବୋହୂକୁ ଘରକୁ ଫେରିଯିବାକୁ କହି କାଠ କାଟିବା ପାଇଁ ନାତୁଣିକୁ ନେଇ ଜଙ୍ଗଲକୁ ଯାଇଥିଲା । ଆଖିରୁ ଟିକିଏ ଅନ୍ତର ହେବା ପରେ ଏକୁଟିଆ ଦେଖି ୧୫ ବର୍ଷିୟ ନାତୁଣିକୁ ଦୁଷ୍କର୍ମ କରିଥିଲା ଜେଜେବାପା । ଆଉ ତା’ପରେ ହାତରେ ଧରାଇ ଦେଇଥିଲା ୧୦ ଟଙ୍କା ।

Advertisment

ସେହି ରାସ୍ତା ଦେଇ ଜଣେ ଲୋକ ଯାଉଥିବା ବେଳେ ଜଣେ ଲୋକ ଅଭିଯୁକ୍ତ ଜେଜେବାପାଙ୍କୁ ଦେଖି ଲୋକଙ୍କୁ ଡାକିଥିଲା । ଡାକ ଶୁଣି ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ଓ ଅଭିଯୁକ୍ତ ଜେଜେବାପାଙ୍କୁ ଉତ୍ତମ ମଧ୍ୟମ ଦେଇ ପୋଲିସ୍‌ର ଜିମା ଦେଇଥିଲେ । ଆଉ ତା’ପରେ ପୀଡ଼ିତାଙ୍କ ମା’ଙ୍କୁ ଏନେଇ ଖବର ଦିଆଯାଇଥିଲା ।

ଏବେ ପୀଡ଼ିତା ଓ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଜେଜେବାପାଙ୍କୁ ଗିରଫ କରିଛି ପୋଲିସ୍‌ । ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବା ପାଇଁ ପଠାଇ ଦିଆଯାଇଛି ।

Advertisment
Rape Case Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ