Man bites wife nose
ଆମେ ଅନେକ ଥର ପରକୀୟା ପ୍ରୀତିର କାହାଣୀ ଶୁଣିଛେ । ପରକୀୟା ପ୍ରୀତିର ଅନ୍ତିମ କାହାଣୀ ମଧ୍ୟ ଅନେକ ସମୟରେ ଭୟଙ୍କର ହୋଇଛି । ଏଠାରେ ମଧ୍ୟ ସେଭଳି କିଛି ଘଟଣା ଘଟିଛି । ସ୍ତ୍ରୀଙ୍କର ଚାଲିଥିଲା ପରକୀୟା ପ୍ରୀତି । ରେଡ ହ୍ୟାଣ୍ଡ ସ୍ତ୍ରୀକୁ ଧରିଲା ପରେ ସହି ପାରିଲେନି ସ୍ୱାମୀ । ଶେଷରେ ରାଗ ଏତେ ବଢିଗଲା ଯେ, ସ୍ତ୍ରୀର ନାକକୁ କାମୁଡି ଛିଣ୍ଡାଇ ଦେଲା ସ୍ୱାମୀ । ଏଭଳି ଏକ ଘଟଣା ୟୁପିରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଧିକ ପଢନ୍ତୁ: ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଅଭିଯୁକ୍ତ ଗିରଫ
ଉତ୍ତରପ୍ରଦେଶର ହରଦୋଇର ହରିୟାୱାନ୍ ଥାନା ଅଞ୍ଚଳର ଦେବରିଆ ପ୍ରସିଦ୍ଧ ନଗରରେ ଘଟିଛି ଏଭଳି କିଛି ଘଟଣା। ଦେବରିଆ ପ୍ରସିଦ୍ଧ ନଗରର ରାମ ଖିଲାଭନଙ୍କ ସ୍ତ୍ରୀ ପୂଜାଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖିବା ପରେ ରାଗରେ ଉତକ୍ଷିପ୍ତ ହୋଇ ସ୍ତ୍ରୀଙ୍କ ନାକକୁ ଦାନ୍ତରେ କାମୁଡି ଛିଣ୍ଡାଇ ଦେଇଛନ୍ତି । ଏହା ପରେ ପୂଜାଙ୍କ ନାକରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଅଟକ ରଖିଛି ।
ସେହି ସମାନ ଗାଁରେ ରୁହନ୍ତି ପୂଜାଙ୍କ ପ୍ରେମିକ । ପୂଜା ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଯିବା ବେଳେ ତାଙ୍କ ପଛେ ପଛେ ଯାଇଥିଲେ ରାମ । ଏହାପରେ ପୂଜାଙ୍କୁ ତାଙ୍କ ପ୍ରେମିକଙ୍କ ଘରେ ଦେଖି ହଠାତ୍ ରାଗି ଯାଇଥିଲେ ରାମ । ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ରାଗରେ ଉତକ୍ଷିପ୍ତ ହୋଇ ରାମ ପୂଜାଙ୍କ ପ୍ରେମିକ ସାମନାରେ ହିଁ ତାଙ୍କ ନାକକୁ କାମୁଡି ଛିଣ୍ଡାଇ ଦେଇଥିଲେ । ପୂଜାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ । ଏହି ଘଟଣାର ଖବର ପାଇ ପୋଲିସ ପହଞ୍ଚି ପୂଜାଙ୍କୁ ଉଦ୍ଧାର କରି ସ୍ଥାନୀୟ ହରଦୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୌ ସ୍ଥାନାନ୍ତର କରିଛନ୍ତି ।
ତେବେ ଏ ସମ୍ପର୍କରେ ଆଡିସନାଲ ଏସପି ନରେନ୍ଦ୍ର କୁମାର କହିଛନ୍ତି, ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଛୁ ଏବଂ ତାଙ୍କୁ ପଚରାଉଚରା କରାଯାଉଛି । ସମସ୍ତ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750324349.jpg)