Advertisment

Major Admission Scam: କପି ପାଇଁ ମହା ଘୋଟାଲା ! ନିଜ କଲେଜରେ ସେଣ୍ଟର କରିବାକୁ ୨ହଜାର ଛାତ୍ରଙ୍କୁ ଛାତ୍ରୀ ଦର୍ଶାଇଲେ

ନିଜ କଲେଜରେ ସେଣ୍ଟର କରିବା ପାଇଁ ବଡ଼ ଘୋଟାଲା। ଝିଅଙ୍କ ବଦଳରେ ପରୀକ୍ଷା ଦେଉଥିଲେ ପୁଅ। ଜଣେ କି ଦୁଇ ଜଣ ନୁହଁନ୍ତି, ଏକାଥରକେ ୨ହଜାର ଛାତ୍ର ଛାତ୍ରୀଙ୍କ ନାଁରେ ରେଜିଷ୍ଟ୍ରେସନ କରିଥିଲେ।

ଅଦ୍ୟତନ ହୋଇଛି
Exam Scam

Exam Scam

Advertisment

ନିଜ କଲେଜରେ ସେଣ୍ଟର କରିବା ପାଇଁ ବଡ଼ ଘୋଟାଲା। ଝିଅଙ୍କ ବଦଳରେ ପରୀକ୍ଷା ଦେଉଥିଲେ ପୁଅ। ଜଣେ କି ଦୁଇ ଜଣ ନୁହେଁ, ଏକାଥରକେ ୨ହଜାର ଛାତ୍ର ଛାତ୍ରୀ ରୂପରେ ପରୀକ୍ଷା ଦେଉଥିଲେ। ଆଗ୍ରାସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ ସହ ଜଡିତ ୩ଟି କଲେଜରେ ଏହି ସ୍କାମ ଚାଲିଥିବା ବେଳେ ଏହାର ପର୍ଦ୍ଦାଫାସ ହୋଇଛି। କପି କରିବା ପାଇଁ ଏପରି କରାଯାଇଥିବା ସନ୍ଦେହ କରାଯାଉଛି।

Advertisment

ବିଶ୍ୱବିଦ୍ୟାଳୟ ପରୀକ୍ଷାର ନିୟନ୍ତ୍ରକ ଓମ ପ୍ରକାଶ କହିଛନ୍ତି ଯେ, ମେଜର ଅଙ୍ଗଦ ସିଂ ମହାବିଦ୍ୟାଳୟ, ମୌନପୁରର ଏସବିଡି କଲେଜ ଅଫ୍ ସାଇନ୍ସ ଆଣ୍ଡ ଏଜୁକେସନ ଏବଂ ମଥୁରାର ଗୁଲକାଣ୍ଡି ଲାରାମ ମହାବିଦ୍ୟାଳୟରେ ଏହି ସ୍କାମ ହୋଇଛି। ଏହି ୩ଟି ଘରୋଇ କଲେଜକୁ ସ୍ୱ-କେନ୍ଦ୍ର ଭାବରେ ନାମିତ କରାଯାଇଥିଲା। ତେବେ ୟୁନିଭରସିଟି ନିୟମ ଅନୁସାରେ, ଯେଉଁ କଲେଜରେ ଅଧିକ ସଂଖ୍ୟକ ଛାତ୍ରୀ ଥିବେ ସେହି କଲେଜରେ ହିଁ ସେଣ୍ଟର ହୋଇପାରିବ। ଏହି କଲେଜଗୁଡ଼ିକରେ ନିଜସ୍ୱ କର୍ମଚାରୀଙ୍କୁ ଇନଭିଜିଲେଟର ଭାବରେ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି।

ତେବେ ମଙ୍ଗଳବାର ଦିନ ଏହି ଅନିୟମିତତା ସାମନାକୁ ଆସିଥିଲା। ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସିଫ୍ଟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା କମ ଥିବା ଜଣାପଡିଥିଲା। ନାମଲେଖା ତଥ୍ୟରୁ ଜଣାପଡିଛି ଯେ ପ୍ରକୃତ ଛାତ୍ରଛାତ୍ରୀଙ୍କ ସଂଖ୍ୟା କେନ୍ଦ୍ରଗୁଡିକର ମୋଟ ସିଟ୍ ତୁଳନାରେ ବହୁତ କମ୍ ରହିଥିଲା। ଏହାପରେ ପରୀକ୍ଷା କେନ୍ଦ୍ରଗୁଡିକର ସିସିଟିଭି ଫୁଟେଜ୍ ଚେକ୍ କରାଯାଇଥିଲା। ଯେଉଁଥିରେ ଛାତ୍ରୀଙ୍କ ବଦଳରେ ଅଧିକାଂଶ ଛାତ୍ର ପରୀକ୍ଷା କେନ୍ଦ୍ରରେ ଥିବା ଜଣାପଡିଥିଲା। ଏହାପରେ ସେହି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ତୁରନ୍ତ ସିଲ୍ କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: Hemant Soren's Oath: ଆଜିଠୁ ଝାଡ଼ଖଣ୍ଡରେ ହେମନ୍ତ 4.0 ସରକାର; ଶପଥ ସମାରୋହରେ ଯୋଗଦେବେ ଏହି ସବୁ ନେତା

ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷା ନଭେମ୍ବର ୨୧ରୁ ଆରମ୍ଭ ହୋଇଥିଲା ଏବଂ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଫର୍ମ ଦାଖଲ କରାଯାଇଥିଲା । ସଂପୃକ୍ତ କଲେଜଗୁଡ଼ିକର ପ୍ରଶାସକମାନେ ମାର୍କ ସିଟ୍‌ରେ ଗଡବଡ଼ କରିଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଫଟୋ ଏବଂ ପିତାଙ୍କ ନାମ ରହିଛି, କିନ୍ତୁ ଲିଙ୍ଗଗତ ବିବରଣୀକୁ ଖାଲି ଛାଡି ଦିଆଯାଇଥିଲା।

Advertisment

ଯେତେବେଳେ ପରୀକ୍ଷା ଏଜେନ୍ସି ଏହି କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ରେକର୍ଡ ଉପଲବ୍ଧ କରାଇଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀ ଭାବରେ ଚିହ୍ନିତ ହୋଇଥିବା ବେଳେ ସିସିଟିଭି ଫୁଟେଜ୍‌ରେ ଛାତ୍ର ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା। ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟ କଲେଜରେ ମଧ୍ୟ ଏହିପରି ଅନିୟମିତତା ଘଟିଛି କି ନାହିଁ ତାହା ଜାଣିବା ପାଇଁ ରେକର୍ଡ ଯାଞ୍ଚ ଚାଲିଛି।

ଅଧିକ ପଢ଼ନ୍ତୁ: Modi Enjoys Tea At Odisha Parba: ‘ଦିନେ ମୋଦିଙ୍କୁ ଭେଟିବା ପାଇଁ ବାପାଙ୍କଠୁ ମାଡ଼ ଖାଇଥିଲି, ଏବେ ଚା’ ପିଆଇଲି...’

Student University Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ