Advertisment

ବର୍ବରତାର ସୀମା ପାର୍‌; ୧୫ଦିନର କଅଁଳା ଛୁଆକୁ ଜିଅନ୍ତା ପୋତିଦେଲା ବାପା

ରୋଗିଣା ଛୁଆର ଚିକିତ୍ସା ପାଇଁ ଅର୍ଥ ବା ଆସିଥାଆନ୍ତା କେଉଁଠୁ ? ଭୋକରେ ପେଟ ପୋଡିଯାଉଛି ଆଉ ଏପଟେ ଝିଅ ଚିନ୍ତା। ଏସବୁ ଭାବି ଶେଷରେ କଅଁଳା ଶିଶୁକୁ ହତ୍ୟା କରିବାକୁ ପଛାଇନି ଜନ୍ମକଲା ବାପା।

ଅଦ୍ୟତନ ହୋଇଛି
father burying 15-day-old daughter alive

father burying 15-day-old daughter alive

Advertisment

ପୃଥିବୀକୁ ଆସିବାର ଦିନ କେଇଟା ହେଇନି। ଭଲରେ ଆଖି ଖୋଲନି କି କିଏ ନିଜର ଆଉ କିଏ ପର ତାହା ବି ଜାଣିନି। ହେଲେ ନିଷ୍ପାପ ଶିଶୁକନ୍ୟାର ଜୀବନ ନେଇଯାଇଛି ରାକ୍ଷସ ବାପା। ନିଜ ହାତରେ ୧୫ଦିନର କୁନି ଝିଅକୁ ବସ୍ତାରେ ବାନ୍ଧି ଗାତ ଖୋଳି ଜିଅନ୍ତା ପୋତି ଦେଇଛି। ଆଉ ଏହାର କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଦାରିଦ୍ର୍ୟରେ ପେସି ହେଉଥିବା ବାପା ଆଉ ଉପାୟ ନପାଇ ଶେଷରେ ଘଟାଇଛି ଏହି ବର୍ବରକାଣ୍ଡ।

Advertisment

ପଡୋଶୀ ପାକିସ୍ତାନର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ। ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ପାକିସ୍ତାନୀ ନାଗରିକ । ଆକାଶ ଛୁଆଁ ଦରରେ ବିକ୍ରି ହେଉଛି ପେଟ୍ରୋଲ, ଡିଜେଲ ଆଉ ରାସନ ସାମଗ୍ରୀ। ଲୋକ ଖାଦ୍ୟ ମୁଠାଏ ପାଇଁ ସଂଘର୍ଷ କରୁଛନ୍ତି। ତେବେ ଏପରି ସ୍ଥିତିରେ ରୋଗିଣା ଛୁଆର ଚିକିତ୍ସା ପାଇଁ ଅର୍ଥ ବା ଆସିଥାଆନ୍ତା କେଉଁଠୁ ? ଭୋକରେ ପେଟ ପୋଡିଯାଉଛି ଆଉ ଏପଟେ ଝିଅ ଚିନ୍ତା। ଏସବୁ ଭାବି ଶେଷରେ କଅଁଳା ଶିଶୁକୁ ହତ୍ୟା କରିବାକୁ ପଛାଇନି ଜନ୍ମକଲା ବାପା।

ସୂଚନା ଅନୁସାରେ, ଅଭିଯୁକ୍ତ ବାପା ହେଉଛି ତୟାବ। ତେବେ ଆର୍ଥିକ ସଂକଟ ଯୋଗୁଁ ସେ ଏପରି କାଣ୍ଡ ଘଟାଇଥିବା ପୋଲିସ ନିକଟରେ ସ୍ୱୀକାର କରିଛି। ଝିଅର ଚିକିତ୍ସା ପାଇଁ ଅର୍ଥ ନଥିଲା । ତେଣୁ ସେ ବାଧ୍ୟ ହୋଇ ଝିଅକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ପୋଲିସ ଆଗରେ କହିଛି। ଏଥିପାଇଁ ସେ ଝିଅକୁ ପ୍ରଥମେ ଏକ ଅଖାରେ ଭର୍ତ୍ତି କରିଥିଲା ଓ ପରେ ଏହାକୁ ମାଟି ଖୋଳି ପୋତିଦେଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିଶୁର କବର ଖୋଲାଯିବ ଓ ପୋଷ୍ଟମର୍ଟମ କରାଯିବ ବୋଲି ସୂଚନା ମିଳିଛି।

Advertisment

ସେହିପରି ଲାହୋରର ଡିଫେନ୍ସ ବି ଅଞ୍ଚଳରୁ ଆଉ ଏକ ଅଭିଯୋଗ ଆସିଛି। ସ୍ୱାମୀ-ସ୍ତ୍ରୀ ଜଣେ ୧୩ବର୍ଷୀୟା ଝିଅକୁ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ନାବାଳିକା ସେମାନଙ୍କ ଘରେ ସହାୟିକା ଭାବରେ କାମ କରୁଥିଲା। ତେବେ ଉଭୟ ସ୍ୱାମୀ ସ୍ତ୍ରୀ ତାକୁ ଚୋରି କରିବା ଅଭିଯୋଗରେ ନିର୍ଯାତନା ଦେଇଥିବା ପୀଡିତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ହାସାମକୁ ଗିରଫ କରିଥିବା ବେଳେ ପତ୍ନୀ ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ