Advertisment

ଘୋର କଳିକାଳ. . . ୧୮ ହଜାର ଟଙ୍କାରେ ପୁଅକୁ ବିକିଦେଲା ବାପା !

ପୁଅ ହୋଇଗଲା ପର ଟଙ୍କା ହେଲା ନିଜର

ଅଦ୍ୟତନ ହୋଇଛି
Bhadrak News

tragic story

Advertisment

ସାମାନ୍ୟ କେଇଟା ଟଙ୍କା ପାଇଁ ପୁଅ ହୋଇଗଲା ପର । ୨ ବର୍ଷର ଶିଶୁପୁତ୍ରକୁ ନିଜ ବାପା ହିଁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ତାହା ପୁଣି ମାତ୍ର ୧୮ ହଜାର ଟଙ୍କାରେ . . .ବାଲେଶ୍ୱର ଜାମୁଝାଡ଼ିର ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଶିଶୁପୁତ୍ର ବିକିଥିବା ସୂଚନା ମିଳିଛି । ଏନେଇ ବାସୁଦେବପୁର ଥାନାରେ କୁନି ପୁଅର ମା’ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପୋଲିସ୍ ।

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । କୁନି ପୁଅକୁ ବାପା ବିକ୍ରି କରିଦେଇଥିବା ନେଇ ତା’ର ମା’ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ମହିଳାଙ୍କୁ ତାଙ୍କ ସ୍ୱାମୀ ପ୍ରାୟ ସମୟରେ ମାରଧର କରୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ ସେ କିଛି ଦିନ ପାଇଁ ଅନ୍ୟତ୍ର ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ବ୍ୟକ୍ତି ଜଣକ ନିଜ ପୁଅକୁ ବିକ୍ରି କରିଦେଇଥିଲେ । 

ସ୍ତ୍ରୀ ଘରକୁ ଫେରିବା ପରେ ପିଲାକୁ ଖୋଜିଥିଲେ । ହେଲେ ପୁଅ ଆଉ ଘରେ ନଥିଲା । ସ୍ୱାମୀ ମଧ୍ୟ ଓଲଟା ପାଲଟା କଥା କହିଥିଲେ । ଶେଷରେ ମହିଳା ଜଣକ ଥାନାର ଆଶ୍ରୟ ନେଇଥିଲେ । ମହିଳାଙ୍କ ଅଭିଯୋଗ ପରେ ବାସୁଦେବପୁର ପୋଲିସ ବେତଡ଼ା ଅଞ୍ଚଳରେ ଚଢାଉ ପରେ ବାଟି ଓ ସୋର ଥାନା ବିଲବାଙ୍କିଆ ଅଞ୍ଚଳର ଶତୃଘ୍ନ ବେହେରାଙ୍କ ଘରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଛି । ଏହି ଘଟଣା ପରେ୨ ମହିଳା ସମେତ ୩ ଜଣଙ୍କୁ ପଚରାଉଚରା କରୁଛି ପୋଲିସ ।

Advertisment
Tragic Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ