Advertisment

Wife Killed by Husband: ବର୍ଷ ବର୍ଷ ଧରି ଚାଲିଥିଲା ପ୍ରେମ...ବାହାହେଲା, ତଣ୍ଟିଚିପି ମାରିଦେଲା

ଗୋଟିଏ ସୁନ୍ଦର ସଂପର୍କକୁ ସନ୍ଦେହ କିଭଳି ଖିନଭିନ୍ କରିପାରେ, ତା’ର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଉପରୋକ୍ତ ଘଟଣା। ପରସ୍ପରକୁ ପ୍ରେମ କଲେ, ବିବାହ କଲେ, ପୁଅଟିଏ ବି ଜନ୍ମ ଦେଲେ। କିନ୍ତୁ ସବୁ କିଛି ଛାରଖାର ହୋଇଗଲା। ତେବେ ଏଠି ପ୍ରଶ୍ନ ଉଠୁଛି, ବିଚରା କୁନି ପୁଅର କ’ଣ ଭୁଲ୍ ଥିଲା। ସେ କାହିଁକି ବାପା-ମା’ଙ୍କ ସ୍ନେହରୁ ବଂଚିତ ହେଉଛି। ବର୍ତ୍ତମାନର ଯୁବପିଢ଼ିଙ୍କୁ ଏ ସଂପର୍କରେ ଭାବିବାର ସମୟ ଆସିଛି। ନହେଲେ ଏ ସମାଜ ଆଗକୁ କୁଆଡ଼େ ଯିବ, ତାହା କଳନା କରିହେବନି।

ଅଦ୍ୟତନ ହୋଇଛି
ପ୍ରେମ ବିବାହ ପରେ ହତ୍ୟା

ପ୍ରେମ ବିବାହ ପରେ ହତ୍ୟା

Advertisment

ସଂପର୍କର ମୁକସାକ୍ଷୀ, ଘର ସାମ୍ନାର କାନ୍ଥ । ଏବେବି ଫିକା ପିଡିନି, ବାହାଘର ଚିତା । କାନ୍ଥରେ ଦାଉଦାଉ ହୋଇ ଜଳୁଛି ବର-କନିଆଁଙ୍କ ନାଁ । ସ୍ମୃତି ସବୁ ସେଇମିତି ତାଜା ହୋଇ ରହିଛି, ହେଲେ ଲିଭିଯାଇଛି, ନୂଆ ବୋହୂର ଜୀବନ ଦୀପ । ନାଁ ଦିୟା...। କିନ୍ତୁ ଏବେ ଅନ୍ଧାରମୁଲକରେ ଦିୟା । ସ୍ତ୍ରୀର ହତ୍ୟା ଅଭିଯୋଗରେ ଜେଲ ଯାଇଛି ଜହ୍ଳାଦ ସ୍ବାମୀ । ଘଟଣା ବଲାଙ୍ଗିର ଜିଲ୍ଳା ପୁଇଁନ୍ତଲା ଥାନା ବଇରାସର ଗାଁରେ ।

Advertisment

ଉଭୟ ଦିୟା ଓ ଦିଲ୍ଲୀପ ଏଇ ଗୋଟିଏ ବର୍ଷ ହେବ ପ୍ରେମ ବିବାହ କରିଥିଲେ । ସେମାନଙ୍କର ପୁଅଟିଏ ବି ଅଛି । ହେଲେ ସେ କିଛି ଜାଣିବା ପୂର୍ବରୁ ମା’ ଆରପାରିରେ। ଆଉ ବାପା ସାଜିଛି ମା’ର ହତ୍ୟାକାରୀ । ଯୌତୁକ ଜୁଇରେ ଦିୟା ଜଳିଗଲେ । କିନ୍ତୁ ଉଭୟ ସ୍ବାମୀ,ସ୍ତ୍ରୀ ଭିତରେ ସନ୍ଦେହ ଅନ୍ୟତମ କାରଣ । ସ୍ବାମୀ ଦିଲ୍ଲୀପ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଗୋଟିଏ ସୁନ୍ଦର ସଂପର୍କକୁ ସନ୍ଦେହ କିଭଳି ଖିନଭିନ୍ କରିପାରେ, ତା’ର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଉପରୋକ୍ତ ଘଟଣା। ପରସ୍ପରକୁ ପ୍ରେମ କଲେ, ବିବାହ କଲେ, ପୁଅଟିଏ ବି ଜନ୍ମ ଦେଲେ। କିନ୍ତୁ ସବୁ କିଛି ଛାରଖାର ହୋଇଗଲା। ତେବେ ଏଠି ପ୍ରଶ୍ନ ଉଠୁଛି, ବିଚରା କୁନି ପୁଅର କ’ଣ ଭୁଲ୍ ଥିଲା। ସେ କାହିଁକି ବାପା-ମା’ଙ୍କ ସ୍ନେହରୁ ବଂଚିତ ହେଉଛି। ବର୍ତ୍ତମାନର ଯୁବପିଢ଼ିଙ୍କୁ ଏ ସଂପର୍କରେ ଭାବିବାର ସମୟ ଆସିଛି। ନହେଲେ ଏ ସମାଜ ଆଗକୁ କୁଆଡ଼େ ଯିବ, ତାହା କଳନା କରିହେବନି।  

Advertisment

ମୁରିବାହାଲ ଥାନା ପାତଳପଡା ଗାଁରେ ବି ସମାନ ଘଟଣା । ଦଶ ବର୍ଷର ବୈବାହିକ ଜୀବନ । କିନ୍ତୁ ଉଭୟଙ୍କ ଭିତରେ ଫାଟ ତିଆରି କରିଥିଲା ସନ୍ଦେହ । ମଦୁଆ ସ୍ବାମୀର ପରକିୟା ପ୍ରୀତି, ପାଇଁ ଚିନ୍ତାରେ ଥିଲା ସ୍ତ୍ରୀ । ସେଦିନ ମଦ ପିଇ ସ୍ୱାମୀ ଘରକୁ ଫେରିବାରୁ ଝଗଡ଼ା ହେଲା । ଆଉ ରାଗିଯାଇ ସ୍ତ୍ରୀର ଶିରା କାଟିଦେଲା ସ୍ବାମୀ । ଗୁରୁତର ଆୟସିନୀ ରଣାକୁ ପ୍ରଥମେ ମୁରିବାହାଲ ତାପରେ ଟିଟିଲାଗଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଗଲା । ହେଲେ ସେଠାରେ ସେ ଆଖି ବୁଜିଦେଲେ । ଫଳରେ ଜହ୍ଳାଦ ସ୍ବାମୀ ଟଙ୍କଧର ରଣାକୁ ପୋଲିସ ଗିରଫ କରିଛି ।

Murder Murder Over Dowry Extramarital Affair Husband Killed Wife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ