Advertisment

ଲିଫ୍ଟ ଦେଇ ଲୁଟ୍ ଗ୍ୟାଙ୍ଗର ୨ ଲୁଟେରା ଗିରଫ

ଭୁବନେଶ୍ୱରରେ ଲିଫ୍ଟ ଦେଇ ଲୁଟ୍ ଗ୍ୟାଙ୍ଗର ୨ ଲୁଟେରା ଗିରଫ । ସହିଦନଗର ପୋଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି । ଲୋକଙ୍କୁ ଲିଫ୍ଟ ଦେବା ବାହାନାରେ ନିଶା ଦେଇ ଲୁଟ କରୁଥିଲେ ଲୁଟେରା । ତେବେ ଏକାଧତ୍କ ଲୁଟ୍ ମାମଲାରେ ଉଭୟଙ୍କ ସଂପୃକ୍ତି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
loot case

loot case

Advertisment

ଭୁବନେଶ୍ୱରରେ ଲିଫ୍ଟ ଦେଇ ଲୁଟ୍  ଗ୍ୟାଙ୍ଗର ୨ ଲୁଟେରାକୁ ସହିଦନଗର ପୋଲିସ ଗିରଫ କରିଛି ।  ସେମାନଙ୍କ ଠାରୁ କାର, ସୁନା ଓ ନିଶା ଔଷଧ ଜବତ ହୋଇଛି ।ଘରକୁ ଯିବାକୁ ଅପେକ୍ଷା କରିଥିବା ଲୋକଙ୍କୁ ଲିଫ୍ଟ ଦେବା ବାହାନାରେ ନିଶା ଦେଇ ସେମାନେ ଲୁଟ କରୁଥିଲେ । କିଛିବାଟ  ଯିବା ପରେ ଖାଇବାକୁଦେବା ବାହାନାରେ ସେମାନେ ଲୁଟ୍ କରୁଥିଲେ ।  ଏକାଧତ୍କ ଲୁଟ ମାମଲାରେ ଉଭୟଙ୍କ ସଂପୃକ୍ତି ଥବା ପୋଲିସ ପକ୍ଷରୁ ସୂଚନା ମିଳିଛି  । 

Advertisment

ସୂଚନା ଅନୁସାରେ ଗିରଫ ଲୁଟେରା ଦଳ ଲୋକ ମାନଙ୍କୁ ଗାଡିରେ ଲିପ୍ଟ ଦେବା ବାହାନା କରି ସେମାନଙ୍କୁ ନିଶା ଦ୍ରବ୍ୟ ଦେଇଥାନ୍ତି ଓ ପରେ ସେମାନେ ଲୋକଙ୍କ ଠାରୁ ଟଙ୍କା ଲୁଟ୍ କରିଥାନ୍ତି । ଏହାଛଡ଼ା ଲୁଟେରା ମାନେ ଲୋକଙ୍କଠୁ ଏଟିଏମ୍ ଛାଡାଇ ନେଇ ମାଡ଼ ମାରି ଓଟିପି ନେଇ ଟଙ୍କା ନେଇଯାଇଥାନ୍ତି । 

ପୂର୍ବରୁ ଢେଙ୍କାନାଳର ଜଣେ ଲୋକଠୁ ୪୬ ହଜାର ଟଙ୍କା ଲୁଟି ଥିଲେ । ସେହିପରି ଆଉ ଜଣେ ବ୍ୟକ୍କିଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ।

Advertisment

Bhubaneswar Loot Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ