• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ଜବରଦଖଲ ଉଚ୍ଛେଦକୁ ନେଇ ଗଡ଼ିଲା ମୁଣ୍ଡ । ଖୋଦ୍ ଡିସିପିଙ୍କ ଅଫିସ୍ ନିକଟରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ । ଗତକାଲି ବିଲମ୍ବିତ ରାତିରେ ଭୁବନେଶ୍ୱର ବାଣୀବିହାର ଛକ ନିକଟରେ ଚା ଦୋକାନ ଖୋଲିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚରମ ପରିସ୍ଥିତିକୁ ଯାଇଛି । ସୌମ୍ୟରଞ୍ଜନ କୁଣ୍ଡୁ ନାମକ ବ୍ୟକ୍ତିଙ୍କୁ ଅନ୍ୟ ଦୁଇ ଜଣ ବ୍ୟକ୍ତି ଚା ଦୋକାନ କରିବାକୁ ନେଇ ବିବାଦ ଥିଲା ।

ଆଉ ଗତକାଲି ଏହି ବିବାଦକୁ ନେଇ ଗଣ୍ଡଗୋଳ ଏତେ ତିକ୍ତ ରୂପକୁ ଗଲା କି କାବୁ ଦାସ ଓ ପାଉଣୀ ଦାସ ନାମକ ଦୁଇ ଜଣ ମିଶି ସୌମ୍ୟରଞ୍ଜନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।ଘଟଣାସ୍ଥଳରେ ଗୁରୁତର ହୋଇଥିବା ସୌମ୍ୟଙ୍କୁ ପୋଲିସ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଯେଉଁଠି ତାଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ୍ ତଦନ୍ତ କରୁଛି । ତେବେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ରାଜଧାନୀରେ ବହୁ ଥର ଜବରଦଖଲକୁ ନେଇ ଗଣ୍ଡଗୋଳ ଦେଖିବାକୁ ମିଳିଛି । ହେଲେ ଖୋଦ୍ ଡିସିପିଙ୍କ ଅଫିସ୍ ଆଗରେ ଘଟଣା ଘଟିବା ପରେ ତତ୍ପର ହୋଇଛି ପୋଲିସ୍ । ଏଣିକି ଜବରଦଖଲକୁ ଜୋରଦାର କରାଯିବା ସହ ଉଚ୍ଛେଦକୁ ତ୍ୱରାନ୍ୱିତ କରାଯିବ ବୋଲି ଡିସିପି କହିଛନ୍ତି ।

ତେବେ ଏଇଠି ପ୍ରଶ୍ନ ଉଠୁଛି ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ୍ ପୁଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ରାତିରେ ବିଭିନ୍ନ ଛକରେ ପୁଲିସ ପଇନ୍ତରା ମାରୁଛନ୍ତି । ଏହା ସତ୍ତ୍ୱେ ବି ଅପରାଧୀମାନେ ଜନ ଗହଳି ସ୍ଥାନ ବା ଡିସିପି ଅଫିସ ସମ୍ମୁଖରେ ହତ୍ୟାକାଣ୍ଡ ଘଟାଉଛନ୍ତି ।