Advertisment

ମଜା ପାଲଟିଲା ସଜ୍ଜା.. ସଶସ୍ତ୍ର କୁକୁଡ଼ା ଆକ୍ରମଣରେ ଦୁଇ ମାଲିକ ମୃତ, ଏକାଧିକ ଆହତ

କୁକୁଡ଼ା ଲଢ଼େଇ ପାଇଁ ଉଭୟ ପକ୍ଷ ଉତ୍ସାହିତ ଥାଆନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Cock Fight

Cock Fight

ପୋଙ୍ଗଲ ଉତ୍ସବର ଏକ ପ୍ରମୁଖ ପରଂପରା ହେଉଛି କୁକୁଡ଼ା ଲଢ଼େଇ। ଏଥିରେ ସାଧାରଣତଃ ଦୁଇ ପକ୍ଷ ସେମାନଙ୍କ କୁକୁଡ଼ାକୁ ବ୍ଲେଡ ଓ ଛୁରୀ ଭଳି ଧାରୁଆ ଅସ୍ତ୍ରରେ ସଜ୍ଜିତ କରି ମଇଦାନକୁ ଆଣିଥାଆନ୍ତି। କିନ୍ତୁ ଏହି ଉତ୍ସବ ଯେ ଦୁଇ ମାଲିକଙ୍କ ମୃତ୍ୟୁର କାରଣ ହେବ ଏକଥା ସ୍ୱପ୍ନରେ ସୁଦ୍ଧା କେହି ଭାବିନଥିବେ।

Advertisment

କିନ୍ତୁ ଏମିତି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀରେ। କୁକୁଡ଼ା ଲଢ଼େଇରେ ଜଣେ ମାଲିକର ଜୀବନ ଯାଇଛି। କେବଳ ଇଷ୍ଟ ଗୋଦାବରୀ ନୁହେଁ, କାକିନଡ଼ାରେ ମଧ୍ୟ ଅନୁରୂପ ଏକ ଘଟଣା ଘଟିଛି, ଯେଉଁଠି ସମାନ ଢଙ୍ଗରେ ମାଲିକର ଜୀବନ ଯାଇଛି।

ଉତ୍ସବ ଆରମ୍ଭରୁ କୁକୁଡ଼ା ଲଢ଼େଇ ପାଇଁ ଉଭୟ ପକ୍ଷ ଉତ୍ସାହିତ ଥାଆନ୍ତି। ଯାହାର ଜିତାପଟ ହେବ, ସେ ଅପର ପକ୍ଷର କୁକୁଡ଼ାକୁ ପୁରସ୍କାର ଭାବେ ନେବ। କାକିନଡ଼ାରେ ମଧ୍ୟ ସମାନ ଢଙ୍ଗରେ ଉତ୍ସବ ଆରମ୍ଭ ହେଲା।

Advertisment

କିଛି ସମୟ ପରେ ଯେତେବେଳେ ଲଢ଼େଇ ଚରମ ସୀମାରେ ପହଞ୍ଚିଲା ସେଠାରେ ଉପସ୍ଥିତ ଥିବା ଲୋକେ ଖୁବ୍ ଯୋର୍‌ରେ ପାଟି କରିବା ସହ ତାଳି ମାରିଥିଲେ। ଏଭଳି ଗହଳି ଭିତରେ ଲଢ଼େଇରେ ମାତିଥିବା ଦୁଇ କୁକୁଡ଼ା ଉତ୍ତେଜିତ ହୋଇ ଲୋକଙ୍କ ଉପରକୁ ମାଡ଼ିଯାଇ ହଠାତ୍ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ।

ଲୋକେ ଯିଏ ଯୁଆଡ଼େ ଛତ୍ରଭଙ୍ଗ ଦେଇଥିବା ବେଳେ ବିଚରା ମାଲିକମାନେ କୁକୁଡ଼ାଙ୍କୁ ଆୟତ୍ତ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। କୁକୁଡ଼ାଙ୍କ ଗୋଡ଼ରେ ଧାରୁଆ ବ୍ଲେଡ ଲାଗିଥିବାରୁ ଦୁଇ ମାଲିକ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

ସେହିପରି କାକିନଡ଼ାରେ ମଧ୍ୟ ଅନୁରୂପ ଘଟଣାରେ ଆଉ ଜଣେ କୁକୁଡ଼ା ମାଲିକର ମୃତ୍ୟୁ ଘଟିଛି। ପରଂପରା ନାଁରେ ଦୁଇ ନୀରିହ କୁକୁଡ଼ାଙ୍କୁ ଲଢ଼େଇରେ ସାମିଲ କରି ମଜା ନେଉଥିବା ଲୋକଙ୍କ ପାଇଁ ଏହା ଉଚିତ୍ ଶିକ୍ଷା ବୋଲି ଅନେକ ମତ ଦେଇଛନ୍ତି।

Advertisment
Advertisment