Loot
Advertisment
ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ୍ । ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ଟାଙ୍କିରୁ ଗତ ରାତିରେ ଲୁଟିଛନ୍ତି ଦୁର୍ବୃତ୍ତ । ମାଉଜର ଦେଖାଇ ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତମାନେ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
Advertisment
୩ ଜଣ ଦୁର୍ବୃତ୍ତ ଏକ ପଲ୍ସର୍ ବାଇକ୍ରେ ଆସି ପ୍ରଥମେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ପରେ ଫାଙ୍କା ଗୁଳିଚାଳନା କରି ଟଙ୍କା ଲୁଟିଥିଲେ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । ଜଙ୍କିଆ ଥାନା ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଛାନ୍ଭିନ୍ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Loot_1642567312.jpg)