ଟ୍ରକ ଡ୍ରାଇଭର କେବିନ୍‌ରେ ସିକ୍ରେଟ ଚାମ୍ବର; ୨୭୩ କେଜି ଗଞ୍ଜେଇ ଜବତ

ଦୁଇ ଗଞ୍ଜେଇ ମାଫିଆ ଝାଡ଼ଖଣ୍ଡ ଧାନବାଦରୁ ଏକ ଟ୍ରକ୍ ରେ ଗଞ୍ଜେଇ ଧରି ଆସୁଥିବା ବେଳେ NCB ର ଭୁବନେଶ୍ୱର ଜୋନାଲ୍ ୟୁନିଟ୍ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଗଞ୍ଜେଇ ଚାଲାଣ

ଡ୍ରାଇଭର କେବିନ୍ ଭିତରେ ସିକ୍ରେଟ୍ ଚ୍ୟାମ୍ବର । ଆଉ ଚ୍ୟାମ୍ବର ଭିତରେ ପୁଳାପୁଳା ଗଞ୍ଜେଇ । ପୋଲିସ୍ ଆଖିରେ ଧୂଳି ଦେଇ ଟ୍ରକ ଭିତରେ ସିକ୍ରେଟ୍ ଚ୍ୟାମ୍ବର କରି

ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ।

ଦୁଇ ଗଞ୍ଜେଇ ମାଫିଆ ଝାଡ଼ଖଣ୍ଡ ଧାନବାଦରୁ ଏକ ଟ୍ରକ୍ ରେ ଗଞ୍ଜେଇ ଧରି ଆସୁଥିବା ବେଳେ NCB ର ଭୁବନେଶ୍ୱର ଜୋନାଲ୍ ୟୁନିଟ୍ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ପ୍ରାୟ ୨୭୩ କେଜି ଗଞ୍ଜେଇ ଏମାନଙ୍କଠାରୁ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ ହେବ।