Advertisment

କାମ କଲାନି ତନ୍ତ୍ରମନ୍ତ୍ର...ସନ୍ତାନ ନହେବାରୁ ତାନ୍ତ୍ରିକର ପୁଅକୁ ଗୁଳି କରିଦେଲେ

ତାନ୍ତ୍ରିକକୁ ଏହା କହିବା ପରେ ମଧ୍ୟ ସେ ମିଛ ପ୍ରତିଶ୍ରୁତି ଦେଉଥିଲେ। ରାଗରେ ଜର୍ଜରିତ ମହେଶ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ତାନ୍ତ୍ରିକର ପୁଅ ଦୀପକ ନାଗର ବାଇକରେ ଯିବାବେଳେ ମହେଶ ଏବଂ ସହଯୋଗୀ ସୋନୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ଅଦ୍ୟତନ ହୋଇଛି
Two Held for Firing at Tantrik's Son

Two Held for Firing at Tantrik's Son

Advertisment

ବିଜ୍ଞାନ ଯୁଗରେ ମଧ୍ୟ କିଛି ଲୋକ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି। ଡାକ୍ତର ଯେଉଁକାମ କରିପାରୁ ନାହାନ୍ତି ତାହା ତାନ୍ତ୍ରିକ କରିପାରିବ ବୋଲି ଅନ୍ଧବିଶ୍ୱାସ ଭିତରେ ରଖିଛନ୍ତି। ତେବେ ଏହାର ପରିଣାମ ଯେ କେତେ ଭୟଙ୍କର ତାହା ଏବେ ସାମନାକୁ ଆସିଛି। ଭଣ୍ଡ ତାନ୍ତ୍ରିକର ପୂଜାପାଠରେ ନିଃସନ୍ତାନ ବ୍ୟକ୍ତି ସନ୍ତାନ ପ୍ରାପ୍ତିର ଆଶା ରଖିଥିଲେ। ମାତ୍ର ପୂଜାପାଠ କାମ ନଦେବାରୁ ତାନ୍ତ୍ରିକର ପୁଅକୁ ଗୁଳି କରିଦେଇଛନ୍ତି ।

Advertisment

ମଧ୍ୟପ୍ରଦେଶର ଇନ୍ଦୋରରେ ଏପରି ଏକ ଘଟଣା ସାମନାକୁ ଆସିଛି। ଭଣ୍ଡ ତାନ୍ତ୍ରିକର ପୂଜାପାଠ କାମ ନଦେବାରୁ ତାନ୍ତ୍ରିକର ପୁଅକୁ ଗୁଳି କରିଦେଇଛନ୍ତି ଦୁଇବ୍ୟକ୍ତି। ପୋଲିସର ସୂଚନା ଅନୁସାରେ, ମହେଶ ସିନ୍ଦେଲ ଏବଂ ସୋନୁ ବ୍ୟାସଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି। ମହେଶଙ୍କର ପିଲାପିଲି ହେଉନଥିବାରୁ ସେ ତାନ୍ତ୍ରିକ ସହ ଯୋଗାଯୋଗ କରିଥିଲେ। ତେବେ ପୂଜାପାଠ ଓ ତନ୍ତ୍ରମନ୍ତ୍ର କରିବା ପରେ ତାଙ୍କର ସନ୍ତାନ ହେବ ବୋଲି ତାନ୍ତ୍ରିକ କହିଥିଲା। ମାତ୍ର ସବୁ ପୂଜା କରିବା ପରେ ମଧ୍ୟ କୌଣସି ଫଳ ମିଳିନଥିଲା।

ତାନ୍ତ୍ରିକକୁ ଏହା କହିବା ପରେ ମଧ୍ୟ ସେ ମିଛ ପ୍ରତିଶ୍ରୁତି ଦେଉଥିଲେ। ରାଗରେ ଜର୍ଜରିତ ମହେଶ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ତାନ୍ତ୍ରିକର ପୁଅ ଦୀପକ ନାଗର ବାଇକରେ ଯିବାବେଳେ ମହେଶ ଏବଂ ସହଯୋଗୀ ସୋନୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ସିଧାଯାଇ ଦୀପକଙ୍କ ପିଠିରେ ବାଜିଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ଏବେ ବିପଦ ମୁକ୍ତ ଅଛନ୍ତି।

Advertisment

ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ପୋଲିସ କହିଛି ଯେ ତାନ୍ତ୍ରିକ ପରଶରାମ ନାଗରଠାରୁ ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ମହେଶ ଯୋଜନା କରିଥିଲା। ତାନ୍ତ୍ରିକ ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିଲେ। ପୂଜାପାଠ ପରେ ମଧ୍ୟ ତାଙ୍କର ସନ୍ତାନ ନହେବାରୁ ସେ ପରଶରାମଙ୍କ ପୁଅ ଉପରେ ଗୁଳି ଚଳାଇ ପ୍ରତିଶୋଧ ନେବାକୁ ଷଡଯନ୍ତ୍ର କରିଥିଲା। ଘଟଣାର ଦୁଇ ଦିନ ପୂର୍ବରୁ ମହେଶ ଏବଂ ତାନ୍ତ୍ରିକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିପାଇଁ ମହେଶ ଏକ ପିସ୍ତଲ ମଧ୍ୟ କିଣିଥିଲେ।

Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ