Advertisment

Police Encounter: ଗୋ ଚାଲାଣକାରୀଙ୍କୁ ଏନ୍‌କାଉଣ୍ଟର; ଗୋଡ଼ରେ ବାଜିଛି ଗୁଳି

ଆଜି ଭୋର ସମୟରେ ଏକ ଟ୍ରକ୍‌ରେ ୩୦ଟି ଗୋରୁଙ୍କୁ ଏକ ଟ୍ରକ୍‌ରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା। ଏହି ସମୟରେ ଗୋରୁ ଚାଲାଣକାରୀ ମାନେ କାର୍‌ ଯୋଗେ ଟ୍ରକ୍‌ଟିକୁ ଏସ୍କଟ ଦେଇ ଯାଉଥିଲେ। ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ସିଟି ଷ୍ଟେସନ ନିକଟରେ ଛକି ରହିଥିଲା।

Encounter

Encounter

Advertisment

ସମ୍ବଲପୁରରେ ପୋଲିସର ଏନକାଉଣ୍ଟର। ପୁଲିସ ଗୁଳିରେ ୨ଜଣ ବେଆଇନ ଗୋରୁ ଚାଲାଣକାରୀ ଆହତ ହୋଇଛନ୍ତି। ଜଣେ ଅପରାଧୀର ବାମ ଗୋଡ ଆଣ୍ଠୁ ତଳେ ଏବଂ ଆଉ ଜଣଙ୍କର ଡାହାଣ ଗୋଡ ଆଣ୍ଠୁ ତଳକୁ ଗୁଳି ବାଜିଛି । ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ଭୋର ସମୟରେ ଏକ ଟ୍ରକ୍‌ରେ ୩୦ଟି ଗୋରୁଙ୍କୁ ଏକ ଟ୍ରକ୍‌ରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା। ଏହି ସମୟରେ ଗୋରୁ ଚାଲାଣକାରୀ ମାନେ କାର୍‌ ଯୋଗେ ଟ୍ରକ୍‌ଟିକୁ ଏସ୍କଟ ଦେଇ ଯାଉଥିଲେ। ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ସିଟି ଷ୍ଟେସନ ନିକଟରେ ଛକି ରହିଥିଲା।

ଅଧିକ ପଢ଼ନ୍ତୁ: ମହେଶକୁ ଏନକାଉଣ୍ଟର; ବାମ ଗୋଡ଼ରେ ବାଜିଛି ଗୁଳି

ସିଟି ଷ୍ଟେସନ ନିକଟରେ ପୋଲିସ ଟ୍ରକଟିକୁ ଅଟକାଇଥିଲା। ଏହି ସମୟରେ ଏସ୍କଟ କରି ନେଇ ଯାଉଥିବା ଗୋରୁ ଚାଲାଣକାରୀମାନେ ପୋଲିସ ଉପରେ ଗୁଳି ଚାଳନା କରିଥିଲେ। ପୁଲିସ ପାଲଟା ଜବାବ ଦେଇଥିଲା। ପୋଲିସ ଗୁଳିରେ ୨ ଜଣ ଗୋରୁ ଚାଲାଣକାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ପୋଲିସ ସେମାନଙ୍କଠାରୁ ୨ଟି ପିସ୍ତଲ, ୪ ରାଉଣ୍ଡ ଗୁଳି , ଗୋରୁ ଭର୍ତ୍ତି ଟ୍ରକ୍ ଓ କାର୍‌ ଜବତ କରାଯାଇଛି।

ଅଧିକ ପଢ଼ନ୍ତୁ:ବାଲିଅନ୍ତାରେ ଆପାର୍ଟମେଣ୍ଟ ଲୁଟେରାର ଏନକାଉଣ୍ଟର କଲା ପୋଲିସ, ଏମ୍ସରେ ଭର୍ତ୍ତି

Advertisment
Sambalpur Police Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ