Advertisment

Pregnant Woman Shot Dead: ଗର୍ଭବତୀଙ୍କୁ ଗୁଳି ଘଟଣାରୁ ଉଠିଲା ପରଦା; ସ୍ୱାମୀ ହିଁ ରଚିଥିଲା ହତ୍ୟାର ବ୍ଲୁ ପ୍ରିଣ୍ଟ

ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରାଙ୍କୁ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ ଛେଣ୍ଡିପଦାର ସୌମ୍ୟା। ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା । ହେଲେ ସ୍ୱାମୀର ଗୁଳିମାଡ଼ ଯୋଗୁ ମା’ ତ ଚାଲିଗଲା, ସେହି ମା’ର ଗର୍ଭରେ ଆଖିବୁଜିଲା ୭ ମାସର ଗର୍ଭସ୍ଥ ସନ୍ତାନ।

ଅଦ୍ୟତନ ହୋଇଛି
Murder

Murder

Advertisment

ସୁନ୍ଦରଗଡ଼ ବଣାଇରେ ଗର୍ଭବତୀଙ୍କୁ ଗୁଳି ଘଟଣା। ସାମନାକୁ ଆସିଲା ମର୍ଡର ମିଷ୍ଟ୍ରିର ପୁରା କାହଣୀ। ଆଉ କେହି ନୁହେଁ ବରଂ ସ୍ୱାମୀ ହିଁ ନେଇଥିଲା ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁର ଜୀବନ। ଘଟାଇଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କରି ଚୋରି ନାଟକ ରଚିଥିଲା ସ୍ୱାମୀ ଦେବେନ୍ ବେହେରା । ଏନେଇ ସୂଚନା ଦେଇଛି ପୋଲିସ। ଅଭିଯୁକ୍ତ ସ୍ୱାମୀ ସହ ଜଣେ ASIଙ୍କୁ ଗିରଫ କରିଛି ପୋଲିସ। ଘରେ ଥିବା ଭାତ ହାଣ୍ଡିରୁ ପିସ୍ତଲ, ୩ଟି ଗୁଳି ସହ ସ୍କର୍ପିଓ ଜବତ ହୋଇଛି।

Advertisment

ଗତକାଲି ସୁନ୍ଦରଗଡ଼ ଟିକାୟତପାଲି ଥାନା ଝିଡ଼ାପାଲି ଗାଁର ସୌମ୍ୟା ବେହେରାଙ୍କ ହତ୍ୟା ନେଇ ପୁରା ହଇଚଇ ଖେଳିଯାଇଥିଲା। ସ୍ବାମୀ ଦେବେନ୍ ବେହେରା ହିଁ ପୁରା ଘଟଣାର ମାଷ୍ଟରମାଇଣ୍ଡ। ଜଣେ ଦୁର୍ବୃତ୍ତ ସୌମ୍ୟାଙ୍କ ବେକରୁ ସୁନା ଚେନ୍ ଝାଂପିବାକୁ ଚେଷ୍ଟା କରିଥିଲା। କିନ୍ତୁ ସୌମ୍ୟା ଚିତ୍କାର କରିବାରୁ ଦୁର୍ବୃତ୍ତ ଜଣକ ତାଙ୍କ ଛାତି ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଖସି ପଳାଇଥିବା ପୋଲିସ ଆଗରେ ବୟାନ ଦେଇଥିଲେ । ହେଲେ ସବୁ ନାଟକ ଥିଲା। ସନ୍ଦେହ ବଢିବାରୁ ପୋଲିସ ଖୋଳତାଡ କରିଥିଲା। ଆଉ ଧରିଥିଲା ଅଭିଯୁକ୍ତ ସ୍ୱାମୀକୁ।

ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରାଙ୍କୁ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ ଛେଣ୍ଡିପଦାର ସୌମ୍ୟା। ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା ନବଜାତ। କିନ୍ତୁ, ଦୁର୍ଭାଗ୍ୟର ରେଖା ଟାଣିଦେଲା ଦଇବ। ଯେଉଁ ମା’ର ଗର୍ଭକୁ ଘର ଭାବି ବଢୁଥିଲା ସନ୍ତକଟିଏ, ସେହି ଗର୍ଭରେ ହିଁ ରକ୍ତରଂଜିତ ହୋଇ ପ୍ରାଣ ହରାଇଲା। ବକ୍ଷସ୍ଥଳରେ ସ୍ୱାମୀର ଗୁଳିମାଡ଼ ଯୋଗୁ ମା’ ତ ଚାଲିଗଲା, ସେହି ମା’ର ଗର୍ଭରେ ଆଖିବୁଜିଲା ୭ ମାସର ଗର୍ଭସ୍ଥ ସନ୍ତାନ। ହେଲେ କେମିତି ନିଷ୍ଠୁର ହୋଇପାରିଲା ସ୍ୱାମୀ ? ସ୍ତ୍ରୀ ଯଦି ରାସ୍ତାର କଣ୍ଟା ଥିଲା ତେବେ କି ଦୋଷ କରିଥିଲା ନିଷ୍ପାପ ଶିଶୁ?

Advertisment

ଅଧିକ ପଢ଼ନ୍ତୁ: ମଣିଷ ଏତେ ଜଘନ୍ୟ ବି ହେଇପାରେ! ବୟାନ୍ ନ ବଦଳାଇବାରୁ କାଟିଦେଲା

Odisha News Pregnant Woman Shot Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ