Advertisment

TV Actress:ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ଅଭିନେତ୍ରୀ ଅନୁଷ୍କା ମୋନି ଗିରଫ, ଗ୍ରାହକ ସାଜୁଥିଲେ ହାଇ ପ୍ରୋଫାଇଲ ବିଜନେସମ୍ୟାନ

ଜଣେ ପୋଲିସ ଅଧିକାରୀ ଏହି ମାମଲାରେ ସୂଚନା ଦେଇ କହିଛନ୍ତି ଯେ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ କରି ପୋଲିସର ଏକ ଟିମ୍‌ ଦୁଇଜଣଙ୍କୁ ନକଲି ଗ୍ରାହକ ଭାବେ ପଠାଇଥିଲା, ଯେଉଁମାନେ ଅନୁଷ୍କା ମୋନି ମୋହନ ଦାସ ନାମକ ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ।

actress arrested

actress arrested

Advertisment

ଟିଭି ଓ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଚାଞ୍ଚଲ୍ୟ । ପୋଲିସ ଏକ ବଡ଼ ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ୪୧ ବର୍ଷୀୟ ଅଭିନେତ୍ରୀ ଅନୁଷ୍କା ମୋନି ମୋହନ ଦାସଙ୍କୁ ଗିରଫ କରାଯାଇଛି। ଅଭିନୟରେ ଆଗ୍ରହୀ ମହିଳାଙ୍କୁ ରାକେଟରେ ଜବରଦସ୍ତୀ ସଂପୃକ୍ତି କରାଯାଉଥିବା ଅଭିଯୋଗ ହୋଇଛି । ପୋଲିସ ଏକ ଜାଲ ବିଛାଇ ଅଭିନେତ୍ରୀଙ୍କୁ ଗିରଫ କରିଛି।

Advertisment

ଜଣେ ପୋଲିସ ଅଧିକାରୀ ଏହି ମାମଲାରେ ସୂଚନା ଦେଇ କହିଛନ୍ତି ଯେ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ କରି ପୋଲିସର ଏକ ଟିମ୍‌ ଦୁଇଜଣଙ୍କୁ ନକଲି ଗ୍ରାହକ ଭାବେ ପଠାଇଥିଲା, ଯେଉଁମାନେ ଅନୁଷ୍କା ମୋନି ମୋହନ ଦାସ ନାମକ ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୁକ୍ତ ଏହି ଗ୍ରାହକମାନଙ୍କୁ ବୁଧବାର ମୁମ୍ବାଇ-ଆହ୍ମଦାବାଦ ହାଇୱେରେ କାଶୀମୀରାର ଏକ ମଲ୍‌ରେ ଭେଟିବାକୁ ଡାକିଥିଲେ। ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଟଙ୍କା ନେଉଥିବା ଅବସ୍ଥାରେ ଧରି ତୁରନ୍ତ ଗିରଫ କରିଥିଲା ।

ଅଭିନେତ୍ରୀଙ୍କୁ ଗିରଫ କରିବା ପରେ ମୀରା-ଭାୟନ୍ଦର, ବସଇ-ବିରାର ପୋଲିସର ଆସିଷ୍ଟାଣ୍ଟ ପୋଲିସ କମିଶନର ମଦନ ବଲ୍ଲାଲ କହିଛନ୍ତି ପୋଲିସ ଯେଉଁ ଦୁଇ ମହିଳା କଳାକାରଙ୍କୁ ଛାଡ଼ିଛି ସେମାନେ ଟିଭି ସିରିଏଲ ଓ ବଙ୍ଗଳା ଚଳଚ୍ଚିତ୍ରରେ କାମ କରିଛନ୍ତି। ଉଭୟଙ୍କୁ ସେଲଟର ହୋମକୁ ପଠାଯାଇଛି। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।

Advertisment

ବେଶ୍ୟାବୃତ୍ତି ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀଙ୍କ ନାମ ଅନୁଷ୍କା ମୋନି ମୋହନ ଦାସ ଏବଂ ତାଙ୍କ ବୟସ ୪୧ ବର୍ଷ। ପୋଲିସର କହିବା ଅନୁଯାୟୀ ଏହି ରାକେଟ ହାଇ-ପ୍ରୋଫାଇଲ ଗ୍ରାହକଙ୍କ ପାଇଁ ଚଳାଯାଉଥିଲା ଏବଂ ଅନୁଷ୍କା ଏଥିରେ ଦଲାଲ ଭୂମିକା ନିଭାଉଥିଲେ। ପୋଲିସ ଜଣାଇଛି ଯେ ଅଭିଯୁକ୍ତ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର କରାଯାଇଛି, ଯେଉଁଠାରୁ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି। ପୋଲିସ ବର୍ତ୍ତମାନ ଏହି ରାକେଟ ପଛରେ କାମ କରୁଥିବା ଅନ୍ୟ ବ୍ୟକ୍ତି ଓ ଦଲାଲମାନଙ୍କୁ ଖୋଜୁଛି। 

Mumbai Prostitution Racket Women Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ