Advertisment

ଆଠଗଡ଼ ଜଙ୍ଗଲରେ ଛଟପଟ ହେଉଛି ଗୁଳିବିଦ୍ଧ ହାତୀ

ଶିକାରୀଙ୍କ ଗୁଳିରେ ଦନ୍ତା ଗୁରତର ହୋଇ ଜଙ୍ଗଲରେ ରହିଛି।

ଅଦ୍ୟତନ ହୋଇଛି
Tusker with gunshot

Tusker with gunshot

Advertisment

ଶିକାରୀଙ୍କ ଅଭୟାରଣ୍ୟ ପାଲଟିଛି କି ଆଠଗଡ଼ ବନଖଣ୍ଡ। ଦୁଇ ଦିନରେ ମାଟିତଳୁ ଦୁଇ ହାତୀ କଙ୍କାଳ ଠାବ ପରେ ନରସିଂହପୁରରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା। ଦନ୍ତା ମୁଣ୍ଡରେ ବାଜିଛି ଶିକାରୀର ଗୁଳି। ଶିକାରୀ ଗୁଳିରେ ଗୁରୁତର ଆହତ ହୋଇପଡ଼ିଛି ଦନ୍ତାହାତୀଟି। ଆହତ ଅବସ୍ଥାରେ ପଡ଼ିରହିଛି ହାତୀଟି। କଟକ ନରସିଂହପୁର ଜଙ୍ଗଲରେ ଦନ୍ତା ହାତୀ ଗୁରୁତର ହୋଇ ଜଙ୍ଗଲ ଭିତରେ ରହିଛି।

Advertisment

ହାତୀଟିର ଅବସ୍ଥା ଏତେ ଗୁରୁତର ହୋଇପଡ଼ିଛି ଯେ, ଜଙ୍ଗଲର ଏକ ନାଳ ପାଖରୁ ଆଉ ଉଠିପାରୁନି। ବହୁ ସମୟ ଧରି ସେଠି ହିଁ ପଡ଼ିରହିଛି। ଦନ୍ତାର ମୁଣ୍ଡ ଉପରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି। ଚିତ୍ରକୁ ଯିଏ ବି ଦେଖିଲେ ବିଚଳିତ ହେବା ସ୍ୱାଭାବିକ। ଏନେଇ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ଫେସବୁକ୍‌ରେ ପୋଷ୍ଟ ମଧ୍ୟ କରିଛନ୍ତି।

ଶିକାରୀଙ୍କ ଗୁଳିରେ ଦନ୍ତା ଗୁରତର ହୋଇ ଜଙ୍ଗଲରେ ରହିଛି। ତୁରନ୍ତ ଚିକିତ୍ସା ପାଇଁ ସେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅବଗତ କରାଇଛନ୍ତି। ତାସହ ଜିଲ୍ଲାପାଳଙ୍କୁ ବି ଜଣାଇ ତୁରନ୍ତ ହାତୀକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।

Advertisment

 ସେପଟେ ହାତୀ ସମ୍ପର୍କରେ ଅବଗତ ଥିବା କହିଛନ୍ତି ପିସିସିଏଫ୍ ଶଶି ପଲ୍। ହାତୀର ଚିକିତ୍ସା ପାଇଁ ଟିମ୍ ଗଠନ ହୋଇଛି, ତେବେ ଗୁଳି ବାଜିଛି କି ନାହିଁ ସେ ସମ୍ପର୍କରେ ଏବେ ଯାଏଁ ଜଣାପଡ଼ିନଥିବା କହିଛନ୍ତି ପିସିସିଏଫ୍ ଶଶି ପଲ୍। ଶିକାରୀ ଓ  ବନ ବିଭାଗ ମଧୁଚନ୍ଦ୍ରିକା ପାଇଁ ଆଠଗଡ଼ରେ ହାତୀ ଗୁଡ଼ିକ ବଳିପଡୁଛନ୍ତି। ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ ଓ ଜେନାପାଳ ଗାଁରୁ। ଏହାପୂର୍ବରୁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା। ଏହାକୁ ନେଇ ଜାରି ରହିଥିବା ତନାଘନା ଭିତରେ ଏବେ ହାତୀ ମୁଣ୍ଡରେ ଗୁଳି ଘଟଣା ବନବିଭାଗର ଦାୟିତ୍ୱ ପଣିଆକୁ ନେଇ ପ୍ରଶ୍ନ ଉଠୁଛି।

Save Athagarh Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ