Advertisment

Truck driver murdered another driver: ସାମାନ୍ୟ ବଚସା ନେଲା ଉଗ୍ର ରୂପ; ଡ୍ରାଇଭରକୁ ହତ୍ୟା କଲା ଡ୍ରାଇଭର

ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଦୁଇଟି ଡ୍ରାଇଭରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହେବା ପରେ ଟ୍ରକ ଚଢାଇ ଜଣେ ଡ୍ରାଇଭରକୁ ହତ୍ୟା କରିଛି ଆଉ ଜଣେ ଟ୍ରକ ଡ୍ରାଇଭର।

ଅଦ୍ୟତନ ହୋଇଛି
Truck Driver Runs Over Rival After Heated Quarrel

Truck Driver Runs Over Rival After Heated Quarrel

Advertisment

ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ହାଇୱେ ହୋଟେଲ ଅର୍ଚେଡ଼ ନିକଟରେ ଗତ ରାତିରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ଦୁଇଟି ଟ୍ରକ ଡ୍ରାଇଭରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହେବା ପରେ ଜଣେ ଆଉ ଜଣକୁ ଆକ୍ରମଣ କରିଥିଲେ। ପରେ ଜଣେ ଡ୍ରାଇଭର ପଥରରେ ଆଉ ଜଣକୁ ଫିଙ୍ଗି ଆକ୍ରମଣ କରିଥିଲେ। ତେବେ ହଠାତ ଜଣେ ଡ୍ରାଇଭର ଟ୍ରକ ଉପରକୁ ଚଢ଼ି ଯାଇଥିଲେ ଏବଂ ତାଙ୍କୁ ଆଉ ଜଣେ ଡ୍ରାଇଭର ପଥର ଫିଙ୍ଗି ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ଟ୍ରକ ଚଢାଇ ହତ୍ୟା କରିଛି ଆଉ ଜଣେ ଟ୍ରକ ଡ୍ରାଇଭର।

Advertisment

ଅଧିକ ପଢନ୍ତୁ: ଗୁଳିମାଡର ଶିକାର କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍ ଉରିବେ

ତେବେ ମୃତକ ଜଣକ ବିହାର ର ସଞ୍ଜୟ ମହାକୁଳ ବୋଲି ଜଣା ପଡ଼ିଛି। ଉଭୟ ଦୁଇଟି ବଳକର ଟ୍ରକ ନେଇ ଝାରସୁଗୁଡ଼ା ରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ। କିନ୍ତୁ କୌଣସି କାରଣକୁ ନେଇ ଉଭୟ ଡ୍ରାଇଭରଙ୍କ ମଧ୍ୟରେ ଝଗଡା ହୋଇଥିଲା। ସାମାନ୍ୟ ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ, ଡ୍ରାଇଭର ପଥର ଫିଙ୍ଗି ଆକ୍ରମଣ କରିବାକୁ ପଛାଇଲେ ନାହିଁ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଭାରସାମ୍ୟ ହରାଇ ତଳେ ପଡିଯିବାରୁ ଟ୍ରକର ଚକା ତଳକୁ ପଶି ଆସିଥିଲେ ଏବଂ ଅନ୍ୟ ଡ୍ରାଇଭର ଜଣକ ତାଙ୍କ ଉପରକୁ ଟ୍ରକ ମଡାଇ ଦେଇଥିଲେ। ମୃତକ ସଞ୍ଜୟଙ୍କ ଅଣ୍ଟାରୁ ତଳଭାଗ ଟ୍ରକ ଚଢ଼ି ଛିଣ୍ଡି ଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗାଡ଼ି ଚଢାଇ ହତ୍ୟା କରିଥିବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଅଧିକ ପଢନ୍ତୁ: ଲୁଟ୍ ପାଇଁ ଚାଲିଥିଲା ଯୋଜନା: ହଠାତ୍ ଆସିଲା ପୋଲିସ, ଆଉ ତା' ପରେ...

Murder Jharsuguda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ