ପୋଲିସ କବଜାରେ ତ୍ରିଚି ଗ୍ୟାଙ୍ଗ, ୪ ଜଣ ଗିରଫ

ତାମିଲନାଡ଼ୁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିଲା ତ୍ରିଚି ଗ୍ୟାଙ୍ଗର ଚେର । କିନ୍ତୁ ତ୍ରିଚି ଗ୍ୟାଙ୍ଗର ଖେଳ ଖତମ୍ କରିଦେଇଛି କମିସନରେଟ ପୋଲିସ । ଏବେ ପୋଲିସ ହାତରେ ଧରା ପଡିଛି ଏହି ଗ୍ୟାଙ୍ଗ୍ ।

Trichy gang in police custody, 4 arrested

ତାମିଲନାଡ଼ୁରୁ ଆସି ରାଜଧାନୀରୁ ଲୁଟୁଥିଲେ । କାରର କାଚ ଭାଙ୍ଗି କରୁଥିଲେ ଲୁଟ୍ । ବାଟୁଳିଖଡ଼ା ବା ଛିଟିକିଣି ଧରି ଏମାନେ କରୁଥିଲେ ଲୁଟ୍ । ଗହଳି ଓ ଯାତ୍ରା ସ୍ଥାନ ଦେଖି ଏମାନେ କରନ୍ତି ଲୁଟ୍ ,କିନ୍ତୁ ଏବେ କମିସନରେଟ ପୋଲିସ କବଜାରେ ତାମିଲନାଡୁର କୁଖ୍ୟାତ ତ୍ରିଚି ଗ୍ୟାଙ୍ଗ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା, ୬ ମାସରେ ଲୁଟିଲେଣି ୩୬ କୋଟି

ଲୁଟ୍ ପାଇଁ ଏବେ ନୂଆ ତରିକାକୁ ଆପଣେଇ ନେଇଛନ୍ତି ଲୁଟେରା । ଲୁହା ବଲ୍ ଓ ବାଟୁଳି ବ୍ୟବହାର କରି କାରର କାଚ ଭାଙ୍ଗି ଲୁଟୁଛନ୍ତି ଲୁଟେରା ।ସୂଚନା ଅନୁସାରେ ରଥଯାତ୍ରାରେ ଭିଡ଼ ଭିତରୁ ଲୁଟ୍ ପାଇଁ ଆସି ରାଜଧାନୀରେ ଲୁଟୁଥିବା ବେଳେ ଏହି ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ରାଜଧାନୀର ଗଳି ଗଳି ବୁଲି ଏମାନେ କାରର କାଚ ଭାଙ୍ଗି ଲାପଟପ୍ ଓ ମୋବାଇଲ ଫୋନ୍ ଲୁଟୁଥିଲେ। ଏମାନେ କାର ଭାଙ୍ଗିବା ସହ ଭିଡ଼ ସ୍ଥାନ ଓ ମାର୍କେଟ ଅଞ୍ଚଳରୁ ପକେଟ ମାର ମଧ୍ୟ କରିଥାନ୍ତି I

ବାଟୁଳିଖଡ଼ା ବା ଛିଟିକିଣି ଧରି ଏମାନେ ରାଜଧାନୀରେ ବୁଲନ୍ତି। କାର କାଚ ଭାଙ୍ଗିବା ପାଇଁ ଆଇରନ ବଲ ବ୍ୟବହାର କରୁଥିଲେ। ଲୁହା ବଲକୁ ଚକୋଲେଟ ରାପରରେ ଗୁଡ଼ାଇ ରଖୁଥିଲେ I ଏହି ଗ୍ୟାଙ୍ଗଠାରୁ ପୋଲିସ ୪ଟି ଲାପଟପ ଓ ୨୫ ମୋବାଇଲ ଫୋନ ଜବତ କରିଛି