Advertisment

ଜହ୍ଲାଦ ପାଲଟିଲା ଫାର୍ମାସିଷ୍ଟ ସ୍ବାମୀ; ଆନେସ୍ଥେସିଆ ଦେଇ ପତ୍ନୀକୁ କଲା ହତ୍ୟା

୪ ବର୍ଷ ତଳେ ଯାହାକୁ ପ୍ରେମ ବିବାହ କରିବାକୁ ଘର ପରିବାରକୁ ପର କରି ଚାଲି ଆସିଥିଲେ। ସେଇ ମଣିଷଟା ଯେ, ଅନ୍ୟ ଦୁଇ ଝିଅଙ୍କ ପାଇଁ ତାଙ୍କ ଝିଅକୁ ଏମିତି ଢଙ୍ଗରେ ମାରିଦେବ ବିଶ୍ବାସ କରିପାରୁନାହାନ୍ତି ।

Husband Allegedly Poisoned Wife

Husband Allegedly Poisoned Wife

Advertisment

ଦୁଇ ନର୍ସ ବାନ୍ଧବୀଙ୍କ ସହ ମିଶି ଆନେସ୍ଥେସିଆ ଓଭର ଡୋଜ୍ ଦେଇ ସ୍ତ୍ରୀକୁ ହତ୍ୟା କଲା ଫାର୍ମାସିଷ୍ଟ ସ୍ବାମୀ। ରାଜଧାନୀ ଭୁବନେଶ୍ବରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ବଡ଼ କଥା ହେଉଛି ହତ୍ୟାରେ ସଂପୃକ୍ତ ଥିବା ବାନ୍ଧବୀ ଦୁଇ ଜଣ ବି ମେଡିକାଲ ଷ୍ଟାଫ୍। ପୋଲିସ୍ ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ଓ ତାର ଦୁଇ ବାନ୍ଧବୀଙ୍କୁ ଅଟକ ରଖି ତଦନ୍ତ କରୁଥିଲା ବେଳେ ହତ୍ୟାର ଏ ଜଘନ୍ୟ ଧାରା ଉଦବେଗ ସୃଷ୍ଟି କରିଛି।

Advertisment

ରାଜଧାନୀରେ କୋଲ୍ଡ ବ୍ଲଡେଡ୍ ମର୍ଡର । ଜହ୍ଲାଦ ପାଲଟିଲା ଫାର୍ମାସିଷ୍ଟ ସ୍ବାମୀ । ଦୁଇ ନର୍ସ ବାନ୍ଧବୀଙ୍କ ସହ ମିଶି ପତ୍ନୀ ହତ୍ୟା ପାଇଁ ଆନେସ୍ଥେସିଆକୁ କଲା ଅସ୍ତ୍ର । ଜଘନ୍ୟ, ହୃଦୟ ବିଦାରକ। ୪ ବର୍ଷ ତଳେ ଯାହାକୁ ପ୍ରେମ ବିବାହ କରିବାକୁ ଘର ପରିବାରକୁ ପର କରି ଚାଲି ଆସିଥିଲେ। ସେଇ ମଣିଷଟା ଯେ, ଅନ୍ୟ ଦୁଇ ଝିଅଙ୍କ ପାଇଁ ତାଙ୍କ ଝିଅକୁ ଏମିତି ଢଙ୍ଗରେ ମାରିଦେବ ବିଶ୍ବାସ କରିପାରୁନାହାନ୍ତି । 

ରାଜଧାନୀରେ ଏମିତି ଏକ ଯୋଜନାବଦ୍ଧ କୋଲ୍ଡ ବ୍ଲଡେଡ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା। ଖୋର୍ଦ୍ଧା ବିଜେବି ନଗର ଅଞ୍ଚଳର ଶୁଭଶ୍ରୀ ନାୟକ ସହ ରହୁଥିଲା ଜହ୍ଲାଦ ସ୍ବାମୀ ପ୍ରଦ୍ୟୁମ୍ନ କୁମାର। ଫାର୍ମାସିଷ୍ଟ ଭାବେ ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି । ଶୁଭଶ୍ରୀଙ୍କ ପରିବାରର ଅଭିଯୋଗ ଉଭୟେ ପ୍ରେମ ବିବାହ କରିଥିଲେ ବି ଦୁହିଁଙ୍କ ଭିତରେ ସଂପର୍କ ଭଲ ନଥିଲା। ପ୍ରଦ୍ୟୁମ୍ନଙ୍କ ମାଡଗାଳି ସହି ନପାରି ଶୁଭଶ୍ରୀ ତାଙ୍କ ବାପଘରକୁ ଚାଲିଯାଇଥିଲେ। ତେବେ ଗତ ୨୭ ତାରିଖରେ ଖୋର୍ଦ୍ଦା ଯାଇ ସମସ୍ତ ତିକ୍ତତା ତୁଟାଇବା ସହ ଉଭୟଙ୍କ ଭିତରେ ଭଲ ସଂପର୍କ ରଖି ଚଳିବାକୁ କହି ଶୁଭଶ୍ରୀଙ୍କୁ ଭୁବନେଶ୍ବର ନେଇ ଆସିଥିଲେ ପ୍ରଦ୍ୟୁମ୍ନ। ହେଲେ ୨୯ ତାରିଖ ଦିନ ମିଳିଲା ଶୁଭଶ୍ରୀଙ୍କ ମଲା ଖବର।

Advertisment

ହେଲେ କେମିତି ହେଲେ ଶୁଭଶ୍ରୀଙ୍କ ମୃତ୍ୟୁ ? ଭରତରପୁର ଥାନାଞ୍ଚଳରେ ଘଟିଥିବା ଘଟଣାରେ ସନ୍ଦେହରେ ପୋଲିସ ଶବବ୍ୟବଚ୍ଛେଦ ରିପୋର୍ଟ ଘାଣ୍ଟିବାରୁ ପଦାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ। ପୋଲିସର ସୂଚନା ଅନୁସାରେ ଗତ ୨୮ ତାରିଖରେ ଶୁଭଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା କହି ତାଙ୍କୁ ଅଚେତ୍ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ପ୍ରଦ୍ୟୁମ୍ନ। ହେଲେ ବ୍ୟବଚ୍ଛେଦ ରିପୋର୍ଟରୁ ଶୁଭଶ୍ରୀଙ୍କ ଶରୀରରେ ଆନାସ୍ଥେସିଆ ଥିବା ଜଣା ପଡ଼ିବା ପରେ ସିଧା ପ୍ରଦ୍ୟୁମ୍ନଙ୍କୁ ଧରିଥିଲା ପୋଲିସ୍। 

ଆଉ ପଚରାଉଚରାରୁ ସବୁ ସତ ଓଗାଳିଥିଲା ପ୍ରଦ୍ୟୁମ୍ନ। କହିଥିଲା ଶୁଭଶ୍ରୀ ସହ ତିକ୍ତତାରୁ ସେ ଏକାବେଳେ ଦୁଇ ନର୍ସ ଅଜିତା ଭୁୟାଁ ଓ ରୋଜି ପାତ୍ରଙ୍କ ସଂପର୍କରେ ଆସିଥିଲେ। ଆଉ ଶୁଭଶ୍ରୀଙ୍କୁ ରାସ୍ତାରୁ ହଟାଇବାର ହୋଇଥିଲା ଯୋଜନା । ଗତ ୨୮ ତାରିଖରେ ସିଆରପି ଛକ ନିକଟରେ ଏଥିପାଇଁ ପ୍ଲାନ୍ ହୋଇଥିଲା । ରୋଜି କାମ କରୁଥିବା ହସ୍ପିଟାଲରୁ ଆନେସ୍ଥେସିଆ ଇଞ୍ଜେକ୍ସନ୍ ଆଣିଥିଲା। ତିନିଜଣ ମିଶି ଶୁଭଶ୍ରୀଙ୍କୁ ସାଁପୁର ସ୍ଥିତ ପ୍ରଦ୍ୟୁମ୍ନଙ୍କ ଭଡ଼ା ଘରେ ଜୋରଜବରଦସ୍ତ ଦେଇଥିଲେ ଆନେସ୍ଥେସିଆ ବା ନିଶ୍ଚେତକ ଇଞ୍ଜେକ୍ସନର ଓଭରଡୋଜ୍ । ଆଉ ସେଇଠି ହିଁ ଶୁଭଶ୍ରୀଙ୍କ ପ୍ରାଣ ଚାଲି ଯାଇଥିଲା ବେଳେ ଘଟଣାକୁ ଭିନ୍ନ ମୋଡ଼ ଦେବାକୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଯାଇଥିଲେ ତିନିହେଁ।

Advertisment

ମାମଲାରେ ଭରତପୁର ଥାନା ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଅଧିକ ତଥ୍ୟ ହାସଲ ପାଇଁ ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ଆଣି ପୁଣି ଥରେ ପଚରା ଉଚରା କରିବା ବୋଲି ସୂଚନା ଦେଇଛି କମିଶନରେଟ୍ ପୋଲିସ୍। 

Husband Wife Tragic Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ