Advertisment

Ganja Seized: ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ, ଟୁରିଷ୍ଟ ହୋଇ ଆସୁଛନ୍ତି...ଗଂଜେଇ ଧରି ଫେରୁଛନ୍ତି

ସବୁଜିମାର ସମ୍ଭାର ଭିତରୁ ନୀଳ ଜହରର ଚୋରାଚାଲାଣ । ସୌନ୍ଦର୍ଯ୍ୟର ଗନ୍ତାଘର ସାଜିଛି ଗଂଜେଇ ବେପାରର ନୂଆ ଠିକଣା । ଆଉ ପରିବା ବୋଝେଇ ଟ୍ରକ ନୁହେଁ କି କୌଣସି ଆମ୍ବୁଲାନ୍ସ । ଏବେ ପର୍ଯ୍ୟଟକ ସାଜିଛନ୍ତି ଗଂଜେଇ ବାହକ।

ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ

ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ

Advertisment

ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ । କିନ୍ତୁ ସେହି ସବୁଜିମା ଭରା ପର୍ଯ୍ୟଟନ କ୍ଷେତ୍ରକୁ ଖଳ ପ୍ରକୃତିର ପର୍ଯ୍ୟଟକ ଏବେ ସଜାଇଛନ୍ତି ଗଂଜେଇ ବେପାରର ହବ୍ । ପର୍ଯ୍ୟଟନର ବିକାଶ ସ୍ବାର୍ଥରେ କଟକଣା ମୁକ୍ତ ପୋଲିସ୍ ବ୍ୟବସ୍ଥାର ଫାଇଦା ଉଠାଇ ପର୍ଯ୍ୟଟକ କରୁଛନ୍ତି ନୀଳ ଜହରର ଚୋରାଚାଲାଣ । ୟୁପିର ଜଣେ ନାବାଳିକା ଓ ଜଣେ ଯୁବତୀ ଏବଂ ମଧ୍ୟପ୍ରଦେଶର ଜଣେ ଯୁବକ ଆଜି ଧରାପଡ଼ିବା ପରେ ଖୋଲିଛି ଗୁମର। କେବଳ ଆଜି ନୁହେଁ, ଗତ ୧୦ ମାସରେ ୧୫ ପର୍ଯ୍ୟଟକ ଧରାପଡ଼ିଲେଣି ।

Advertisment

ଅଧିକ ପଢ଼ନ୍ତୁ: ସାଇବର ଠକେଇର ଶିକାର ହେଲେ ପୂର୍ବତନ IT ମନ୍ତ୍ରୀ ତୁଷାରକାନ୍ତି; ଠକି ନେଲେ ୧ କୋଟି ୪୦ ଲକ୍ଷ...

ସବୁଜିମାର ସମ୍ଭାର ଭିତରୁ ନୀଳ ଜହରର ଚୋରାଚାଲାଣ । ସୌନ୍ଦର୍ଯ୍ୟର ଗନ୍ତାଘର ସାଜିଛି ଗଂଜେଇ ବେପାରର ନୂଆ ଠିକଣା । ଆଉ ପରିବା ବୋଝେଇ ଟ୍ରକ ନୁହେଁ କି କୌଣସି ଆମ୍ବୁଲାନ୍ସ । ଏବେ ପର୍ଯ୍ୟଟକ ସାଜିଛନ୍ତି ଗଂଜେଇ ବାହକ। ପର୍ଯ୍ୟଟକ ହୋଇ ଆସୁଛନ୍ତି,ଗଲାବେଳେ ଗଂଜେଇ ଧରି ଯାଉଛନ୍ତି । ଧରା ନପଡ଼ିଲେ ନିର୍ଦ୍ଦୋଷ, ଧରାପଡ଼ିଲେ ବନ୍ଧା ହେଉଛନ୍ତି । ତା’ର ଏକ ତାଜା ନମୂନା ହେଉଛନ୍ତି ୟୁପିର ଜଣେ ଯୁବକ ଓ ଯୁବତୀ । ୟୁପିରୁ ଆସିଥିବା ୩୦ ବର୍ଷିୟା ଯୁବତୀ ମୁସ୍କାନ ଆଉ ୧୯ ବର୍ଷିୟ ଅଙ୍କୁର । ମୁସ୍କାନ ସାଙ୍ଗରେ ଆସିଥିବା ନାବାଳିକା ସହ ଧରାପଡ଼ିଛନ୍ତି । ୨ଟି ଟ୍ରେନରେ ଚଢ଼ାଉ କରି ଉଭୟଙ୍କ ପାଖରୁ ସିଆରପିଏଫ୍ ସହାୟତାରେ କୋରାପୁଟ ଜିଆରପି ଜବତ କରିଛି ୩୦ କେଜିର ଗଂଜେଇ। ଅର୍ଥାତ ଏମାନେ କୋରାପୁଟକୁ ବୁଲିବା ବାହାନାରେ ଆସିବା ସହ ନିଜକୁ ପର୍ଯ୍ୟଟକ ଦର୍ଶାଇ ନିଜ ଗନ୍ତବ୍ୟସ୍ଥଳକୁ ଗଂଜେଇ ଚୋରାଚାଲାଣ କରୁଥିଲେ ।

Advertisment

ଗତ କିଛି ମାସ ହେଲା କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ପର୍ଯ୍ୟଟକଙ୍କ ଏଭଳି ଗଂଜେଇ ଚୋରାଚାଲାଣ ଫଣ୍ଡା । ଯେଉଁଥିରେ ଅଧିକାଂଶ ମାମଲାରେ ରହିଛି ଯୁବତୀଙ୍କ ସଂପୃକ୍ତି । ନିଜକୁ ସମ୍ଭ୍ରାନ୍ତ ଆଉ ମଡ଼ର୍ଣ୍ଣ ବେଶରେ ସଜାଇ ଗଂଜେଇ ଚୋରାଚାଲାଣ କରି ଧରାପଡ଼ିଥିବା ଏହି ଯୁବତୀ ହେଉଛନ୍ତି ଦିଲ୍ଲୀର ସଂଜୁ ବିଶ୍ବକର୍ମା । ବୁଲିବାକୁ ଆସି ଗତବର୍ଷ କୋରାପୁଟରେ ଧରାପଡ଼ିଥିଲେ ଦୁଇ ଦୁଇଥର । ଥରେ ମିଳିଥିଲା ୧୫ କେଜି, ଆଉ ଥରେ ମିଳିଥିଲା ୯ କେଜିରୁ ଅଧିକ ଓଜନର ଗଂଜେଇ । ଏଭଳି ଭାବେ ପ୍ରତିବର୍ଷ ଶହେରୁ ଅଧିକ ଗଂଜେଇ ଚାଲାଣ ମାମଲା କୋରାପୁଟରେ ରୁଜୁ ହେଉଥିବାବେଳେ ଗତ ୧୦ ମାସରେ ପ୍ରାୟ ୧୫ ପର୍ଯ୍ୟଟକ ଗିରଫ ହୋଇସାରିଲେଣି। ତା’ମଧ୍ୟରୁ ୬ ଜଣ ମହିଳା।

ଅତିଥି ଦେବୋଭବର ସମ୍ମାନ ସହ କଟକଣା ମୁକ୍ତ ପୋଲିସ୍ ବ୍ୟବସ୍ଥା ଭିତରେ ପୋଲିସ ଓ ଅବକାରୀ ବିଭାଗର ଚିନ୍ତା ବଢ଼ାଇଛନ୍ତି ଏଭଳି ଖଳ ପ୍ରକୃତିର ପର୍ଯ୍ୟଟକ। କାରଣ ପୋଲିସ କିମ୍ବା ଅବକାରୀ ବିଭାଗ ସେଭଳି ସନ୍ଦେହ କରିବନି ବୋଲି ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭାବନା। ବିଶେଷ କରି ବିହାର ଏବଂ ୟୁପି ଅଞ୍ଚଳର ପର୍ଯ୍ୟଟକ ଏଭଳି ଫଣ୍ଡା ଆପଣାଉଥିବା କହିଛି ପୋଲିସ୍। ଏଭଳି ଚୋରା ଚାଲାଣକାରୀଙ୍କ ସଂଖ୍ୟା ଏବେ କୋରାପୁଟ୍ ଜେଲରେ ବି ବଢ଼ିଚାଲିଛି।

Advertisment

ତେବେ ଏଭଳି ଚୋରାଚାଲାଣ ପଛର ମାଷ୍ଟରମାଇଣ୍ଡ କିଏ ? କାହାକୁ ହାତ କରି କୋରାପୁଟରୁ ଚୋରାଚାଲାଣ କରୁଛନ୍ତି ଏଭଳି ନୀଳ ଜହର ? କୋରାପୁଟରେ ବସି ପର୍ଯ୍ୟଟକଙ୍କ ମାଧ୍ୟମରେ କିଏ ଚଳାଉଛି ଗଂଜେଇ ଚୋରାଚାଲାଣର ନେଟୱାର୍କ ? ଯାହାକୁ ଚେକ୍ ଦେବା ଏବେ ପୋଲିସ ପାଇଁ ପାଲଟିଛି ବଡ଼ ଚାଲେଞ୍ଜ।

ଅଧିକ ପଢ଼ନ୍ତୁ: ଦଣ୍ଡନାଚ ବେଳେ ଗଣ୍ଡଗୋଳରୁ ହତ୍ୟା; ଛୁରୀ ଭୁସି ଦଣ୍ଡନାଚ କମିଟି ସଦସ୍ୟକୁ ମାରିଦେଲେ ବାପା-ପୁଅ...

Odisha Koraput Ganja Seized Tourist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ