Advertisment

Tourist Dies In Heart Attack: ହୃଦଘାତରେ ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ମୃତ୍ୟୁ!

ଆଜି ଅପରାହ୍ନରେ ଏମ୍‌ଡି ଆଲାମ୍‌ ହୁସେନ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ନିକଟସ୍ଥ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଦ୍ୟତନ ହୋଇଛି
Gop

Gop

Advertisment

କୋଣାର୍କ ରାମଚଣ୍ଡୀରେ ହୋଇଛି ଇକୋ ରିଟ୍ରିଟ୍‌। ଆଜି ସେଠାରେ ରହୁଥିବା ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ହେଉଛି ଏମ୍‌ଡି ଆଲାମ୍‌ ହୁସେନ। ସିଏ ପେଶାରେ ଜଣେ ବାଇକ ରାଇଡର୍‌।

Advertisment

ଏମ୍‌ଡି ଆଲାମ୍‌ ହୁସେନ ଭୁବନେଶ୍ୱର ପଟିଆ ଅଞ୍ଚଳରେ ରୁହନ୍ତି। କିନ୍ତୁ ରବିବାର ରାତିରେ ସେ ପରିବାର ଲୋକଙ୍କ ସହ ସେଠାରେ ରହୁଥିଲେ। ଆଜି ଅପରାହ୍ନରେ ଏମ୍‌ଡି ଆଲାମ୍‌ ହୁସେନ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ନିକଟସ୍ଥ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ