Advertisment

ଜଙ୍ଗଲରେ ଧୂମପାନ କରୁଥିଲେ ଦମ୍ପତି, ମନା କରିବାରୁ ବନ କର୍ମଚାରୀଙ୍କ କାନ କାମୁଡ଼ି ଦେଲେ ମହିଳା

କିନ୍ତୁ ନିଜ ଭୁଲ ମାନିବା ପରିବର୍ତ୍ତେ ସେମାନେ ଆକ୍ରୋଶର ଜବାବ ଦେଇଥିଲେ ଏବଂ ଚାହୁଁ ଚାହୁଁ ଘଟଣାଟି ହିଂସାତ୍ମକ ରୂପ ନେଇଥିଲା ବୋଲି କହିଛନ୍ତି ୨୨ ବର୍ଷୀୟ ବନ କର୍ମଚାରୀ ବିକାଶ।

ଅଦ୍ୟତନ ହୋଇଛି
woman bites off forest official's ear

woman bites off forest official's ear

Advertisment

ଜଙ୍ଗଲ ମଧ୍ୟରେ ଧୂମପାନ କରୁଥିଲେ ଦମ୍ପତି। ମନା କରିବାରୁ ବନ କର୍ମଚାରୀଙ୍କ କାନ କାମୁଡ଼ି ଦେଲେ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କୁକ୍ରାଇଲ୍‌ ଜଙ୍ଗଲ ଅଞ୍ଚଳରେ। ସୂଚନା ଅନୁସାରେ ଶନିବାର ଏହି ଜଙ୍ଗଲ ଅଞ୍ଚଳରେ ଦମ୍ପତି ଧୂମପାନ କରୁଥିଲେ। କିନ୍ତୁ ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ଥିବାରୁ ବନ କର୍ମଚାରୀ ତାଙ୍କୁ ଧୂମପାନ ନ କରିବାକୁ କହିଥିଲେ।

Advertisment

କିନ୍ତୁ ନିଜ ଭୁଲ ମାନିବା ପରିବର୍ତ୍ତେ ସେମାନେ ଆକ୍ରୋଶର ଜବାବ ଦେଇଥିଲେ ଏବଂ ଚାହୁଁ ଚାହୁଁ ଘଟଣାଟି ହିଂସାତ୍ମକ ରୂପ ନେଇଥିଲା ବୋଲି କହିଛନ୍ତି ୨୨ ବର୍ଷୀୟ ବନ କର୍ମଚାରୀ ବିକାଶ। ସେ କହିଛନ୍ତି ଯେ ଜଙ୍ଗଲରେ ଅଗ୍ନିକାଣ୍ଡର ରିପୋର୍ଟ ଯାଞ୍ଚ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସମୟରେ ମହିଳାଜଣକ ମୋତେ ଆକ୍ରମଣ କରିବା ସହ ମୋ କାନକୁ କାମୁଡ଼ି ରକ୍ତାକ୍ତ କରି ଦେଇଥିଲେ।

ଏହାପରେ ମୁଁ ଚିତ୍କାର କରି ସାହାଯ୍ୟ ପାଇଁ ଅନୁରୋଧ କରିଥିଲି, କିନ୍ତୁ ସାହାଯ୍ୟ କରିବାକୁ କେହି ନଥିଲେ। ତେବେ ମୋ ଚିତ୍କାର ଶୁଣି ଆକ୍ରମଣକାରୀମାନେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି କହିଛନ୍ତି ବିକାଶ।

Advertisment

ଏହି ଘଟଣା ନେଇ ଗୁଦାମ୍ବା ଷ୍ଟେସନ ହାଉସ୍‌ ଅଫିସର (SHO) ନୀତୀଶ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ମହିଳା ଜଣକ ବିକାଶଙ୍କ ଡାହାଣ କାନ କାମୁଡ଼ିଛନ୍ତି। ଏହାପରେ ବିକାଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କହିଛନ୍ତି ନୀତୀଶ ଶ୍ରୀବାସ୍ତବ। ସେ ଆହୁରି କହିଛନ୍ତି କି ସେହି ବ୍ୟକ୍ତିଙ୍କ ବିରୋଧରେ ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Forest Officials Smoking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ