Triple Murder
ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ହତ୍ୟା । ତିନି ଶାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା ଭିଣୋଇ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମାରାଜୁ ଜିଲ୍ଲା ସିଲେରୁ ଗାଁରେ ଏହି ଟ୍ରିପଲ ମର୍ଡର ଘଟିଛି । ମୃତ ଶାଳକମାନେ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ଶାଳକ ଚିତ୍ରୋକାଣ୍ଡର ହୋଇଥିବାବେଳେ ଅନ୍ୟଜଣେ ନବରଙ୍ଗପୁର ବାସିନ୍ଦା । ସୋମବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି ।
କୌଣସି କାରଣକୁ ନେଇ ଭିଣୋଇ ଏବଂ ୩ ଶାଳକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଭିଣୋଇ ମୁଣ୍ଡକୁ ପିତ ଚଢି ଯାଇଥିଲା । ଏକ ଧାରୁଆ ଅସ୍ତ୍ରରେ ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ଭିଣୋଇ । ମୃତକମାନେ ହେଲେ ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ, କ୍ରିଷ୍ଣା ଖେମୁଡୁ ।
ଅଧିକ ପଢ଼ନ୍ତୁ: ପ୍ରେମିକ ବାହାଘର ଭୋଜିରେ ପ୍ରେମିକାର ହଙ୍ଗାମା
ସେମାନଙ୍କ ଭଉଣୀ ଆନ୍ଧ୍ରପ୍ରଦେଶ ସିଲେରୁ ଗାଁରେ ବିବାହ କରିଥିଲେ । ଭଉଣୀର ଶ୍ୱଶୁରର ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ୩ ଭାଇ ସିଲେରୁ ଯାଇଥିଲେ । ସେଠି ଭିଣୋଇ ଓ ଶାଳକଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ଏନେଇ ଅଭିଯୋଗ ପରେ ପୋଲିସ ମାମଲାର ଖୋଳତାଡ଼ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747103107.jpg)