Advertisment

ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ୱରରେ ମାର୍‌ପିଟ୍‌, ରଣକ୍ଷେତ୍ର ପାଲଟିଲା ହଲ୍‌ ପରିସର...

ଗାଡ଼ି ପାର୍କିଂକୁ ନେଇ ହଲ୍‌ ପରିସରରେ ହଙ୍ଗାମା। ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଗଣ୍ଡଗୋଳ ଓ ମାର୍‌ପିଟ୍‌। ଭୁବନେଶ୍ୱର ମହାରାଜା ହଲ୍ ପରିସରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Bhubaneswar Car Parking Dispute

Thrashed over car parking in bhubaneswar

Advertisment

ଗାଡ଼ି ପାର୍କିଂକୁ ନେଇ ହଲ୍‌ ପରିସରରେ ହଙ୍ଗାମା। ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଗଣ୍ଡଗୋଳ ଓ ମାର୍‌ପିଟ୍‌। କଥା ଏତେ ବାଟ ଚାଲିଯାଇଥିଲା ଯେ, ସମାଧାନ କରିବାକୁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗତକାଲି ରାତିରେ ଭୁବନେଶ୍ୱର ମହାରାଜା ହଲ୍ ପରିସରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଫିଲ୍ମ ଦେଖି ଫେରିବା ପରେ ଗାଡ଼ି ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ। 

Advertisment

ସୂଚନା ଅନୁସାରେ, ଫିଲ୍ମ ଦେଖି ଫେରିବା ପରେ ପାର୍କିଂକୁ ନେଇ ହଲ୍‌ ପରିସରରେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ। ଗଣ୍ଡଗୋଳ ଏତେ ଜୋର ହୋଇଥିଲା ଯେ କିଛି ସମୟ ପାଇଁ ହଲ୍ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ଏହି ଗଣ୍ଡଗୋଳରେ ଖାଲି ପୁରୁଷ ନୁହଁନ୍ତି ମହିଳାମାନେ ମଧ୍ୟ ସାମିଲ ଥିଲେ। ଏପରିକି ଜଣେ ଯୁବତୀ କାର୍ ବନେଟ୍ ଉପରେ ଚଢ଼ି ଯାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ