Advertisment

ସ୍କୁଲ ଯିବାକୁ କହିବାରୁ ବିଷ ପିଇଲା ଛାତ୍ରୀ

ସ୍କୁଲ ଯିବାକୁ ବାଧ୍ୟ କରିଥିଲେ ପରିବାର ଲୋକ।

Student Suicide

Student Suicide

Advertisment

ମାଲକାନଗିରି: ସ୍କୁଲ ଯିବାକୁ କହିବାରୁ ବିଷ ପିଇଲା ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ବ୍ଲକ ଭୀମାରାଙ୍ଗିଣି ଗାଁରେ। ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଛାତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପଢୁଥିଲେ।

Advertisment

କରୋନା ଯୋଗୁ ଲକ୍‌ଡାଉନ୍‌ ଓ କାରଣରୁ ଅନେକ ଦିନ ଧରି ସ୍କୁଲ ବନ୍ଦ ରହିଥିଲା। କରୋନା ପ୍ରକୋପ କମିବା ପରେ ସ୍କୁଲ ଖୋଲିଥିଲା। ତେବେ ସ୍କୁଲ ଯାଉନଥିବା କାରଣରୁ ଛାତ୍ରୀଙ୍କୁ ପରିବାର ଲୋକ ତାଗିଦ୍ କରିଥିଲେ। ସ୍କୁଲ ଯିବାକୁ ବାଧ୍ୟ କରିଥିଲେ।

ଏହି କାରଣରୁ ଛାତ୍ରୀ ଜଣକ ଗତକାଲି ସେ ବିଷ ପିଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସ୍କୁଲ ଯିବାକୁ କହିବାରୁ ଛାତ୍ରୀ ଜଣକ ବିଷ ପିଇ ଦେଇଥିବା ତାଙ୍କ ବାପା କହିଛନ୍ତି। 

Advertisment
School Medical Student Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ