Advertisment

ଯୁବତୀଙ୍କୁ କମେଣ୍ଟ ମାରି ଥାନାରେ ସରପଞ୍ଚ

ସହରର ପ୍ୟାଲେସ ଲାଇନ ଠାରେ ଥିବା ଏସଏଚଜି ଆଉଟଲେଟ ସାମନା ରାସ୍ତା କଡରେ ମଦ୍ୟପାନ କରିଥିଲେ। ଏପରିକି ରାସ୍ତା କଡରେ ଯାଉଥିବା ମହିଳାମାନଙ୍କୁ କମେଣ୍ଟ ମାରିଥିଲେ।

ଅଦ୍ୟତନ ହୋଇଛି
ସରପଞ୍ଚ ଗୌର ଚନ୍ଦନ

ସରପଞ୍ଚ ଗୌର ଚନ୍ଦନ

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କମେଣ୍ଟ ମାରି ଥାନାରେ ସରପଞ୍ଚ। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଯୁବତୀଙ୍କୁ କମେଣ୍ଟ ମାରିବା ଜଣେ ଜନପ୍ରତିନିଧିଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ପାଇ ଅଭିଯୁକ୍ତ ସରପଞ୍ଚଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ସରପଞ୍ଚ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁରର ଗୌର ଚନ୍ଦନ। ଗୌର ଚନ୍ଦନଙ୍କ ଏଭଳି ଲଜ୍ଜାଜନକ କାରନାମା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Advertisment

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସରପଞ୍ଚ ଗୌର ଚନ୍ଦନ ଏବ ତାଙ୍କର ଦୁଇ ଜଣ ସହଯୋଗୀ ବଲାଙ୍ଗିର ଆସିଥିଲେ। ସହରର ପ୍ୟାଲେସ ଲାଇନ ଠାରେ ଥିବା ଏସଏଚଜି ଆଉଟଲେଟ ସାମନା ରାସ୍ତା କଡରେ ମଦ୍ୟପାନ କରିଥିଲେ। ଏପରିକି ରାସ୍ତା କଡରେ ଯାଉଥିବା ମହିଳାମାନଙ୍କୁ କମେଣ୍ଟ ମାରିଥିଲେ। ଏନେଇ ଏସଏଚଜି ଆଉଟଲେଟର କର୍ମକର୍ତ୍ତାମାନେ ପୋଲିସକୁ ଖବର ଦେଇଥିଲେ।

ଟାଉନ ପୋଲିସ ଘଟଣାସ୍ଥଳକୁ ଯାଇ ସରପଞ୍ଚ ଗୌର ଚନ୍ଦନ ଏବଂ ଜଣେ ସହଯୋଗୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଆଉ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି। ପୋଲିସ ୨ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏନେଇ ଏସଏଚଜି ଆଉଟଲେଟର କର୍ମକର୍ତ୍ତାଙ୍କ ତରଫରୁ ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଛି । 

Advertisment

ଏନେଇ ଏସଏଚଜି ଆଉଟଲେଟର ପ୍ରତିନିଧି ଅରୁଣା ମେହେର କହିଛନ୍ତି- ଏସଏଚଜି ଆଉଟଲେଟ ସାମନାରେ ୩ ଜଣ ଲୋକ ଆସିଥିଲେ। ସେମାନେ ମଦର ଆସର ଜମାଇଥିଲେ। ଏପରିକି ଯେଉଁମାନେ ଅଫିସକୁ ଆସୁଥିଲେ ସେମାନଙ୍କୁ ମଧ୍ୟ ଅସଭ୍ୟ ଭାଷା ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ସେମାନଙ୍କୁ ଡ଼ରି ଏସଏଚଜି କର୍ମକର୍ତ୍ତାମାନେ ଲାଇଟ୍‌ ଅଫ କରି ରୁମ୍‌ରେ ରହିଯାଇଥିଲେ। ଶେଷରେ ଏନେଇ ଆମେ ସେମାନଙ୍କୁ ତାଗିଦ୍ କରିବା ସହ ପୋଲିସକୁ ଖବର ଦେଇଥିଲୁ। ସ୍ଥାନୀୟ ଲୋକଙ୍କ ସହାୟତା ୨ ଜଣଙ୍କୁ କାବୁ କରାଯାଇଥିଲା।  

ଏସଏଚଜି ଆଉଟଲେଟ ନିକଟରେ ଜଗର୍ସ ପାର୍କ ଓ ଚିଲଡ୍ରେନ୍ସ ପାର୍କ ଥିବାରୁ ଏଠାରେ ସବୁବେଳେ ଲୋକଙ୍କ ଭିଡ ଲାଗେ। ତେବେ ଅସାମାଜିକ ତତ୍ତ୍ୱଙ୍କ କାର୍ଯ୍ୟକଳାପ ବୃଦ୍ଧି ଆଶଙ୍କା କରି ପୋଲିସ ପାଟ୍ରୋଲିଂ ଜୋରଦାର କରିବାକୁ ଦାବି ହୋଇଛି। 

Advertisment
Odisha SHG Sarapanch Misbehave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ