ପୋଲିସ କରୁଥିଲା ଚେକିଂ, କାରରୁ ମିଳିଲା ପୁଳା ପୁଳା ଟଙ୍କା !

ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିଟି ଭାଙ୍ଗିରୁଜି ଯାଇଛି । ଗାଡ଼ିକୁ ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

Money Seized

ଚେକିଂ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ ଛକ ନିକଟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ ଏକ କାରରୁ ମିଳିଛି ୪ ଲକ୍ଷ ୭୭ ହଜାର ଟଙ୍କା । ଘଟଣାରେ ଦିବ୍ୟଜ୍ୟୋତି ନାୟକ ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଦିବ୍ୟଜ୍ୟୋତି ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ, ଏତେ ଟଙ୍କା କେଉଁଠୁ ଆଣିଲେ, ସେନେଇ ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ଚେକିଂ ବେଳେ ଦିବ୍ୟଜ୍ୟୋତିଙ୍କ କାର ଦୁର୍ଘଟଣା ଘଟାଇ ଥିବା ପୋଲିସ କହିଛି । ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିଟି ଭାଙ୍ଗିରୁଜି ଯାଇଛି । ଗାଡ଼ିକୁ ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।