Advertisment

ମା’କୁ ଖୁଣ୍ଟରେ ବାନ୍ଧି ମାରିଥିଲା ମାଡ଼, ଏବେ ନିଷ୍ଠୁର ପୁଅକୁ ବାନ୍ଧିଲା ପୋଲିସ୍

ସାମାନ୍ୟ କୋବି ଲାଗି ପୁଅ ନିଜ ମାଆକୁ ଗାଁ ଦାଣ୍ଡରେ ପିଟିବା ସହ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିବା ଘଟଣାକୁ ଚାରିଆଡେ ଅସନ୍ତୋଷ ଦେଖା ଯାଇଥିଲା।

Police Arrest Cruel Son

Police Arrest Cruel Son

Advertisment

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲା ପୋଲିସ୍। କୋବି ଚୋରି ଅଭିଯୋଗରେ ଜନ୍ମ କଲା ମାଆକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଅଭିଯୋଗରେ ନିଷ୍ଠୁର ପୁଅ ଶତ୍ରୁଘ୍ନ ମହନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚମ୍ପୁଆ ପୋଲିସ। ଏନେଇ କେହି ମାମାଲା ରୁଜୁ କରି ନ ଥିଲେ। ତେବେ ଚମ୍ପୁଆ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏଭଳି କଡ଼ା ପଦକ୍ଷେପ ନେଇଛି। ଅଭିଯୁକ୍ତ ପୁଅ ଶତ୍ରୁଘ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।
ସୂଚନା ଅନୁସାରେ ସାମାନ୍ୟ କୋବି ଲାଗି ପୁଅ ନିଜ ମାଆକୁ ଗାଁ ଦାଣ୍ଡରେ ପିଟିବା ସହ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିବା ଘଟଣାକୁ ଚାରିଆଡେ ଅସନ୍ତୋଷ ଦେଖା ଯାଇଥିଲା। ନିଷ୍ଠୁର ପୁଅକୁ କଡ଼ାରୁ କଡ଼ା ଦଣ୍ଡ ଲାଗି ଦାବି ହୋଇଥିଲା। ସେପଟେ ଏବେ ଆହତ ବୃଦ୍ଧା ଜଣକଙ୍କୁ ବାସୁଦେବପୁର ମେଡିକାଲରେ ଚିକିତ୍ସା କରାଯାଉଛି।

Advertisment
Odisha Keonjhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ