Advertisment

ଗିରଫ ଭୟରେ ନଦୀକୁ ଡେଇଁ ମଦ ବେପାରୀଙ୍କ ଜୀବନ ଗଲା

ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

ଅଦ୍ୟତନ ହୋଇଛି
Drowning Death

Drowning Death

Advertisment

ବାଲେଶ୍ୱର: ଗିରଫ ଭୟରେ ନଦୀକୁ ଡେଇଁ ପଡ଼ିଲେ ମଦ ବେପାରୀ। ଅଥଳ ପାଣିରେ ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ଗାଁରେ।  ଗତକାଲି ସନ୍ଧ୍ୟାରେ ୪ ଜଣ ଦେଶୀ ମଦ ବ୍ୟବସାୟୀ ମଟୋର ସାଇକେଲରେ ମଦ ନେଇ ଯାଉଥିବା ନେଇ ଅବକାରୀ ବିଭାଗ ଖବର ପାଇ ପିଛା କରିଥିଲା।

Advertisment

ଏହି ଘଟଣାରେ ତିନିଜଣଙ୍କୁ ଧରିଥିବାରେ ସକ୍ଷମ ହୋଇଥିଲା। ଅନ୍ୟ ଜଣକ ଅର୍ଥାତ୍‌ ସପନ ମାଝୀ ଗାଡି ଥୋଇ ନିକଟରେ ଥିବା କଣ୍ଟିଆଚିରା ନଦୀକୁ ଡେଇପଡିଥିଲେ।

ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment
Drowning Death Accused Excise Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ