Advertisment

୩ ଦିନ ହେଲା ନିଖୋଜ ଥିଲେ ନାବାଳିକା, ଏବେ ପରିତ୍ୟକ୍ତ ଘରୁ ମିଳିଲା ମୃତଦେହ

ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

ଅଦ୍ୟତନ ହୋଇଛି
Crime

Crime

Advertisment

ରେମୁଣା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ, ପୋଲିସ ପହଞ୍ଚି ନିଖୋଜ ୯ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ନାବାଳିକା ଜଣଙ୍କ ୩ ଦିନ ହେଲା ନିଖୋଜ ଥିଲେ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

Advertisment

ସେହିଭଳି ତେଲକୋଇ ଥାନା କରଦାଙ୍ଗିରୁ ନିଖୋଜ ନାବାଳକ ଉଦ୍ଧାର। ଏକ ପାଳ ଭାଡ଼ି ତଳୁ ମୁର୍ମୂଷୁ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ୨୭ ତାରିଖରୁ ନାବାଳକ ଜଣଙ୍କ ନିଖୋଜ ଥିଲେ । ଏକ ଚୋରି ଘଟଣାକୁ କେନ୍ଦ୍ର କରି ପଡୋଶୀ ମହିଳା ତାଙ୍କୁ ଅପହରଣ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ ଆଣିଥିଲେ । ଏବେ ପଡୋଶୀ ମହିଳାଙ୍କ ବାରି ପଛପଟ ପାଳ ବୁଦା ମୁଳରୁ ମୁର୍ମୂଷୁ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

Murder Crime Against Women Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ