Advertisment

ପାରିବାରିକ କଳହରୁ କରୁଣ ପରିଣତି, ସାନଭାଇକୁ ମାରି ଆତ୍ମସମର୍ପଣ କଲା ବଡ଼ଭାଇ

ପାରିବାରିକ ବିବାଦକୁ ନେଇ ଗଣେଶଙ୍କୁ ତାଙ୍କ ବଡ଼ଭାଇ ମହେନ୍ଦ୍ର ବାଗ୍ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଛାତି ଏବଂ ପେଟକୁ ବାରମ୍ବାର ଆକ୍ରମଣ କରିଥିଲେ।

Murder

Murder

Advertisment

କଳାହାଣ୍ଡି ଭବାନୀପାଟଣା ସହରରେ ପାରିବାରିକ କଳହର କରୁଣ ପରିଣତି । ସାନ ଭାଇକୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଆତ୍ମସମର୍ପଣ କରିଛି ବଡ଼ଭାଇ। ଭବାନୀପାଟଣା ବାହାଦୁର ବଗିଚାପଡ଼ାରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ବାହାଦୂର ବଗିଚାପଡ଼ାର ଗଣେଶ ବାଗ୍। ପାରିବାରିକ ବିବାଦକୁ ନେଇ ଗଣେଶଙ୍କୁ ତାଙ୍କ ବଡ଼ଭାଇ ମହେନ୍ଦ୍ର ବାଗ୍ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଛାତି ଏବଂ ପେଟକୁ ବାରମ୍ବାର ଆକ୍ରମଣ କରିଥିଲେ।

Advertisment

ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଛି। ଏହି ଘଟଣା ପରେ ବଡ଼ଭାଇ ମହେନ୍ଦ୍ର ଟାଉନ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଟାଉନ୍ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Murder Odisha Kalahandi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ