କାଉନସିଲରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା

କାଉନସିଲରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ରାତିରେ ଶୋଇଥିବା ସମୟରେ କେହି ଦୁର୍ବତ୍ତ କାଉନସିଲରଙ୍କ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ଫେରାର ହୋଇଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡ ଘଟିଛି ସୁବଣ୍ଣପୁର ଜିଲ୍ଲା ତରଭା ସହରରେ ।

The councilor's husband was brutally murdered

News Summary

କାଉନସିଲରଙ୍କ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା 

ସୁବଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରଙ୍କ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କାଉନସିଲର ନଳିନୀ ନାୟକଙ୍କ ସ୍ୱାମୀ ସଂଜୀବ ଗୁରୁଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଗତ ରାତିରେ ଘରେ ସଂଜୀବ ଏକାକୀ ଶୋଇଥିବା ସମୟରେ ଏହି କାଣ୍ଡ ଘଟିଥିଲା । ସଂଜୀବଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି ।

ଆଜି ସକାଳୁ ସଞ୍ଜୀବଙ୍କ ମୃତଦେହ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଘଟଣା ଜଣା ପଡିବା ପରେ ପତ୍ନୀ ନଳିନୀ ନାଏକ ତରଭା ଥାନାରେ ମାମଲା ରୁଜୁ କରିଛନ୍ତି । ତରଭା ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ କିଏ କାହିଁକି ସଂଜୀବକୁ ହତ୍ୟାକଲା କାରଣ ଅସ୍ପଷ୍ଟ ରହିଛି । ଏହା ରାଜନୀତିକ ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି, ତାହା ପୁଲିସ୍‌ର ତଦନ୍ତ ପରେ ଜଣାପଡ଼ିବ।